ଖେଳ ଦେଶ ବିଦେଶ

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ, ଟ୍ରୋଲ କଲା କୋଲକାତା, କହିଲା…

ନୂଆଦିଲ୍ଲୀ,୧୪/୦୨: ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ମହାନ ବ୍ୟାଟସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ କିଣିବା ପରେ ସୋସିଆଲ ମିଡିଆରେ ଦଳକୁ ଟ୍ରୋଲ କରାଯାଉଛି । ନେଟିଜେନ୍ସମାନେ ନାନା କଥା କହୁଛନ୍ତି । ଏହାମଧ୍ୟରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ମୁମ୍ବାଇକୁ ଟ୍ରୋଲ କରିଛି ।

ଗତ ସିଜିନରେ ଅର୍ଜୁନଙ୍କୁ ୨୦ ଲକ୍ଷରେ କିଣିଥିଲା ମୁମ୍ବାଇ । ଶେଷ ଦିନରେ ହିଁ ଅର୍ଜୁନଙ୍କୁ ନିଜ ଟିମରେ ସାମିଲ କରିଥିଲା ଦଳ । ଏହାପରେ ନେଟିଜେନ୍ସ ସଚିନଙ୍କ ପାଇଁ ଅର୍ଜୁନଙ୍କୁ ସ୍ଥାନ ମିଳିଥିବା କହିଥିଲେ । ଏହାର ଜବାବ ମଧ୍ୟ ଦଳ ରଖିଥିଲା । ଏବେ ପୁଣି ପୂର୍ବଥର ଅପେକ୍ଷା ୧୦ ଲକ୍ଷ ଅଧିକରେ କିଣିବା ପରେ ଦଳକୁ ସମାଲୋଚନା କରାଯାଉଛି ।

ଏଥର କିନ୍ତୁ କିଛି ନୂଆ ଦେଖିବାକୁ ମିଳିଥିଲା । ମୁମ୍ବାଇ ନିଲାମ ଟେବୁଲରେ ଅର୍ଜୁନଙ୍କୁ ବିଡିଂ ବେଳେ ୨୦ ଲକ୍ଷରେ ଡାକିଥିଲା । ଏହାପରେ ତୁରନ୍ତ ଗୁଜୁରାଟ ଲାୟନ୍ସ ୨୫ ଲକ୍ଷ କହିଥିଲା । ମୁମ୍ବାଇ ଦଳର ଫ୍ରାଞ୍ଜାଇଜି ଆକାଶ ଅମ୍ବାନୀ ଅଳ୍ପ ହସିବା ସହ ଗୁଜୁରାଟ ଟିମକୁ ଅନାଇଥିଲେ । ଏହାପରେ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣି ନେଇଥିଲା । ଏହି ସମୟରେ ଉଭୟ ମୁମ୍ବାଇ ଓ ଗୁଜୁରାଟ ସଦସ୍ୟଙ୍କ ମଧ୍ୟରେ ସ୍ମିତହାସ୍ୟ ଦେଖିବାକୁ ମିଳିଥିଲା ।

ଏହି ବିଡ୍ ଦେଖି କୋଲକାତା ନାଇଟ ରାଇଡର୍ସ ଟ୍ୱିଟ୍ କରିଛି । ଯେତେ ଯାହା ହେଲେ ବି ଅର୍ଜୁନଙ୍କୁ ମୁମ୍ବାଇ ହିଁ ନେବ ବୋଲି କୋଲକାତା କହିଛି । କେକେଆରର ଏହି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଅର୍ଜୁନଙ୍କୁ ପୂର୍ବଥର ମୁମ୍ବାଇ କିଣିଥିଲା । କିନ୍ତୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ସେ ଚୁଡାନ୍ତ ଏକାଦଶରେ ସାମିଲ ହୋଇନଥିଲେ । ତେବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ମାତ୍ର ୨ଟି ଓ୍ୱିକେଟ୍ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ