ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ମାମଲା: ଆର୍କିଟେକ୍ଟ ନେଇଛନ୍ତି ୬ ଲକ୍ଷରୁ ଅଧିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାରେ ଆଜି ଆଉ ଏକ ଭିନ୍ନ ଦିଗ ପଦାକୁ ଆସିଛି। ଅର୍ଚ୍ଚନାଙ୍କ ଆଲିସାନ ଘର ନିର୍ମାଣ ପାଇଁ ନକ୍‌ସା ଦେଇଥିବା ଆର୍କିଟେକ୍ଟ ନେଇଛନ୍ତି ୬ ଲକ୍ଷ ଟଙ୍କାରୁ ଅଧିକ। ବୁଧବାର ଦିନ ଇଡି ଅଧିକାରୀମାନେ ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କୁ ଜେରା କଲା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ରଞ୍ଜିତଙ୍କୁ ୧୨ ଘଣ୍ଟାରୁ ଊର୍ଧ୍ବ ସମୟ ଜେରା କରାଯାଇଥିବା ବେଳେ ବୁଧବାର ଦିନ ମଧ୍ୟ ସେ ଇଡିରେ ହାଜର ହୋଇଥିଲେ। ଅର୍ଚ୍ଚନା ଓ ତାଙ୍କ ବ୍ୟାଙ୍କ ଅକାଉଣ୍ଟରେ ହୋଇଥିବା କାରବାର ବାବଦରେ ଜେରା ହୋଇଥିଲା।

ଦିଅରଙ୍କୁ ବି ହେବ ଜେରା!
ରିମାଣ୍ଡରେ ଆସିପାରନ୍ତି ଖଗେଶ୍ବର ଓ ଜଗବନ୍ଧୁ
କିଏ ସେ ଶିଳ୍ପପତି?
କୁଆଡ଼େ ଗଲେ ଶ୍ରଦ୍ଧା‌ଞ୍ଜଳି?

ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି ଯେ ରଞ୍ଜିତ ଓ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୬ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଛି। ବିଲ୍ଡିଂର ଡିଜାଇନ୍‌ ବାବଦକୁ ଆର୍କିଟେକ୍ଟ ରଞ୍ଜିତ ଅର୍ଚ୍ଚନାଙ୍କଠାରୁ ୬ଲକ୍ଷ ଟଙ୍କା ନେଇଥିବା ସ୍ପଷ୍ଟ ହୋଇଛି। ତେଣୁ ଡିଜାଇନ୍‌ ପାଇଁ ଯେଉଁଠି ଆର୍କିଟେକ୍ଟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ନେଇଛନ୍ତି, ସେହି ଆଲିସାନ କୋଠାରେ କେତେ ବିପୁଳ ଅର୍ଥ ଖର୍ଚ୍ଚ ହୋଇନଥିବ? ଜଣେ ଶିଳ୍ପପତି ଏହି ବିପୁଳ ଅର୍ଥ ଦେଇଥିବା ଜଣାପଡ଼ିଛି। ତାଙ୍କର ଏକ ସଂସ୍ଥାର ବିଲ୍ଡିଂ ଡିଜାଇନ୍‌କୁ ଦେଖି ଅର୍ଚ୍ଚନା ସେଭଳି ଘର ନିର୍ମାଣ ପାଇଁ କହିଥିଲେ। ଶିଳ୍ପପତି ଜଣଙ୍କ ଅର୍ଚ୍ଚନାଙ୍କ କଥାକୁ ଏଡ଼ାଇପାରିନଥିଲେ। କେବଳ ଡିଜାଇନ୍‌ ପାଇଁ ନୁହେଁ, ଘର ନିର୍ମାଣ ପାଇଁ ଅର୍ଚ୍ଚନା ସେହି ଶିଳ୍ପପତିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ତେବେ ସେହି ଶିଳ୍ପପତି ଜଣଙ୍କ କିଏ? କିଭଳି ଅର୍ଚ୍ଚନାଙ୍କ ସହ ସେ ଘନିଷ୍ଠ ‌ହେଲେ? ଅର୍ଚ୍ଚନା ତାଙ୍କ ସମ୍ପର୍କରେ କେବେଠୁ ଏବଂ କେମିତି ଆସିଲେ? ଏସବୁ ଦିଗକୁ ନେଇ ଖୋଳତାଡ୍‌ ଆରମ୍ଭ କରିଛି ଇଡି। ଏଥିରେ ଆଉ କେଉଁ ବଡ଼ ବଡ଼ିଆଙ୍କ ଟଙ୍କା ଲାଗିଛି? ତାଙ୍କୁ କିଏ ଟଙ୍କା ଦେଇଥିଲେ? ଇଡି ସେ ଦିଗରେ ଖୋଳତାଡ୍‌ କରିଛି। ଗୋଟିଏ ପଟେ ଶିଳ୍ପପତିଙ୍କ ସମ୍ପୃକ୍ତି ଏବଂ ଅନ୍ୟପଟେ ଗତକାଲିର ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ ‘ଅଧଘଣ୍ଟାଏରେ ସବୁ କିଛି ଓଲଟପାଟ କରିଦେବେ’ ବୋଲି ଦୁଇଟି ଘଟଣା ଏବେ ବିଭିନ୍ନ ମହଲରେ କମ୍ପନ ସୃଷ୍ଟି କରିଛି।

୭ଦିନିଆ ରିମାଣ୍ଡରେ ଆସିଥିବା ଅର୍ଚ୍ଚନାଙ୍କୁ ବୁଧବାର ଦ୍ବିତୀୟ ଦିନରେ ମାରାଥାନ ଜେରା କରାଯାଇଥିବା ବେଳେ ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବରକୁ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଛି। ଏହାଛଡ଼ା ତାଙ୍କ ଦିଅର ତଥା ଜଗବନ୍ଧୁଙ୍କ ଭାଇଙ୍କୁ ଇଡି ଜେରା କରିପାରେ। କାରଣ ତାଙ୍କ ଆକାଉଣ୍ଟରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ ଶ୍ରଦ୍ଧାଞ୍ଜଳି ଏବେ ଫେରାର୍‌ ଅଛନ୍ତି। ବାରମ୍ବାର ସମନ୍‌ ପରେ ବି ସେ ଆଉ ଇଡିରେ ହାଜର ହେଉନାହାନ୍ତି। ଅର୍ଚ୍ଚନା ବି ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ତାଙ୍କୁ ଫସାଇଛନ୍ତି ବୋଲି କହିଥିଲେ। ଇଡି ଉଭୟଙ୍କୁ ମୁହାଁମୁହିଁ କରିବା ପରେ ହିଁ ପ୍ରକୃତ ସତ୍ୟ ପଦାକୁ ଆସିବ। ହେଲେ ଶ୍ରଦ୍ଧାଞ୍ଜଳି କାହିଁକି ଇଡିରେ ହାଜର ହେଉନାହାଁନ୍ତି? କେଉଁଆଡ଼େ ଉଭାନ୍ ହୋଇଗଲେ? ତାଙ୍କୁ ଅପହରଣ କରାଯାଇଛି କି? ତାଙ୍କୁ ନେଇ ଏମିତି ଅନେକ ସଂଶୟ ଲାଗିରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।