ରାଜନୀତି ରାଜ୍ୟ

ଅର୍ଚ୍ଚନା ନାଗ ମାମଲା: ଆଜି ଚାର୍ଜସିଟ ଦାଖଲ କରିବ ଇଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି (ସୋମବାର) ଦାଖଲ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୧୩୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବର ପାତ୍ରଙ୍କ ନାଁ ରହିଛି। ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ନଗ୍ନ ଭିଡିଓ ସୁଟିଂ କରି ବ୍ଲାକମେଲ୍ କରୁଥିଲେ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଛି। ୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି। ଫିଲ୍ମ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି। ୧୩୦୦ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଛି। ଯାହା ଆଜି କୋର୍ଟରେ ଦାଖଲ କରାଯିବ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେହିପରି କମିସନରେଟ ପୁଲିସରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇସାରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ମାମଲାର ଚାର୍ଜସିଟି ଜେଏମ୍‌ଏଫସି କୋର୍ଟରେ ଦାଖଲ ହୋଇସାରିଛି। ୫୦୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅର୍ଚ୍ଚନା ନାଗ ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅର୍ଚ୍ଚନା ନଗ୍ନ ଭିଡିଓର ଧମକ ଚମକ ଦେଇ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କଠାରୁ ୩ କୋଟି ଟଙ୍କା ଦାବି କରୁଥିଲେ। ଏପରିକି ଅର୍ଚ୍ଚନା ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଅକ୍ଷୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର