ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ କାର୍‌ ସୋ’ରୁମ୍‌ ମାଲିକ

ଭୁବନେଶ୍ବର ୨୪।୧୧ : ଇଡିରେ ହାଜର ହେଲେ କାର୍‌ ସୋରୁମ୍‌ ମାଲିକ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛି କାର୍‌ ସୋରୁମ୍‌ ମାଲିକ । ଗୁରୁବାର ଦିନ ଇଡିରା ହାଜର ହେବା ପାଇଁ ନୋଟିସ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍‌ଫେର୍‌ ମାମଲାର ଖୋଲତାଡ଼ କରୁଛି ଇଡି । ଏହିକ୍ରମରେ ଅନେକ ଲୋକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା । ପର୍ଯ୍ୟାୟକ୍ରମେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ହାଜର ହୋଇସାରିଛନ୍ତି । ଏପଟେ ଗୁରୁବାର ଇଡିରେ ଦିନ କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକଙ୍କୁ ନୋଟିସ୍ କରିଥିଲା । ସେହି କାର୍‌ ସୋରୁମ୍‌ ମାଲିକ ଗୁରୁବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି । କାର୍‌ ସୋରୁମ୍‌ ମାଲିକଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । କେଉଁ ଆଧାରରେ ଏତେ ଟଙ୍କା ଯାଇଛି । ସେନେଇ ଖୋଲତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।