ଅପରାଧ ରାଜ୍ୟ

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ

ଭୁବନେଶ୍ୱର ୧୬/୧୧: ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା ପଠାଇଛନ୍ତି । ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡି ଜାଣିବାକୁ ପାଇଛି ।

ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଥିବା ଯାଞ୍ଚବେଳେ ଜଣା ପଡ଼ିଛି । ଏହି ସବୁ ଆକାଉଣ୍ଟକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଟଙ୍କା ଆସିଛି, ତାହା ପୁଣି ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ। ଖଗେଶ୍ୱର ହିଁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ମାଧ୍ୟମ ଥିଲେ ବୋଲି ଇଡି ଜାଣିବାକୁ ପାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିଯାଇପାରେ ।

ଏହାପରେ ସମ୍ପୃକ୍ତ ବଡବଡିଆଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ସେହିଭଳି ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାରୁ ସେମାନଙ୍କୁ ମଧ୍ୟ ପଚରାଉଚୁରା କରିଛି ଇଡି । ତଦନ୍ତବେଳେ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଅର୍ଚ୍ଚନା ଓ ତାଙ୍କ ପତି ଜଗବନ୍ଧୁଙ୍କର ୫ଟି ଜାଲ୍ କମ୍ପାନି ରହିଛି।

ସେଥିମଧ୍ୟରେ ମାଇନ୍ସ, ଟ୍ରାନ୍ସପୋର୍ଟ, ରିଅଲ ଇଷ୍ଟେଟ୍ ପ୍ରମୁଖ। ସେହିପରି ଖୁବ୍ ଶୀଘ୍ର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର ମିଶି କରି ରିଅଲ୍ ଇଷ୍ଟେଲ ବିଜିନେସ୍ ଆରମ୍ଭ କରିଥାନ୍ତେ। ଏଥିପାଇଁ ଏମାନେ ବାଲିଅନ୍ତା ରଙ୍ଗ ବଜାର ଅଞ୍ଚଳରେ ଜମି କିଣିବିକା ନେଇ କେତେକ ଜମି ମାଲିକମାନଙ୍କ ସହିତ କଥବାର୍ତା କରି ସାରିଥିଲେ। କିଛି ଜମି କିଣି ମଧ୍ୟ ସାରିଛନ୍ତି। ସେଠାରେ ଆର୍ପାଟମେଣ୍ଟ୍ ତିଆରି କରି ବିକ୍ରି କରିଥାନ୍ତେ ଖଗେଶ୍ବର ଓ ଅର୍ଚ୍ଚନା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।