ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା । ଭାରତୀୟ ସେନା ସହ ଯୋଗାଯୋଗ କଲା ଚୀନ୍ ପିପୁଲ୍ସ ଲିବରେସନ ଆର୍ମି

ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକଙ୍କୁ ଫେରାଇବା ନେଇ ସୂଚନା ଦେଇଛି ଚୀନ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ସହ ଯୋଗାଯୋଗ କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ନିଖୋଜ ୧୭ ବର୍ଷୀୟ ଯୁବକଙ୍କ ପତ୍ତା ମିଳିଥିବା ସୂଚନା ଦେଇଛି ପିଏଲଏ । ଏପରିକି ଖୁବଶୀଘ୍ର ଆବଶ୍ୟକ ପ୍ରକ୍ରିୟା ଶେଷ କରି ଯୁବକଙ୍କୁ ଫେରାଇ ଦିଆଯିବ ବୋଲି ଚୀନ କହିଛି । ଗତ ୨୦ ତାରିଖରେ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ନିଖୋଜ ହୋଇଥିବା ଜଣାପଡିଥିଲା ।

ଭାରତ-ଚୀନ୍ ସୀମା ଏଲଏସି ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ଏପରିକି ଚୀନ୍ ସେନା ଯୁବକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହେବାପରେ ଆପତି କରିଥିଲେ ରାହୁଲ ଗାନ୍ଧୀ । ଆଉ ତାଙ୍କ ଆପତି ପରେ ଚୀନ୍ ପ୍ରତିପକ୍ଷଙ୍କ ସହ ସଂପର୍କ କରିଥିଲା ଭାରତୀୟ ସେନା । ଯୁବକଙ୍କୁ ଅପହରଣ କରାଯାଇଥିବା ଅରୁଣାଚଳ ପ୍ରଦେଶର ଜଣେ ସାଂସଦ ଦାବି କରିଥିଲେ । ସାଂସଦ ତାପିର ଗାଓ ଦାବି କରିଥିଲେ କି ଚୀନର ପିପୁଲ୍ସ ଲିବେରେସନ୍ ଆର୍ମୀ ମିରମ୍ ତରୁଣ ନାମକ ଜଣେ ଯୁବକଙ୍କୁ ଅପହରଣ କରିନେଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ