ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଯୋଗ୍ୟ ସଂସ୍ଥାକୁ ଆଳୁ ବିହନ ଟେଣ୍ଡର ଅଭିଯୋଗ: ତଦନ୍ତ ଦାବି କଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ପଞ୍ଜାବର ଅଯୋଗ୍ୟ ଘରୋଇ ସଂସ୍ଥାକୁ ଆଳୁ ବିହନ ଯୋଗାଣ ପାଇଁ ଟେଣ୍ଡର ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ। ଏହାର ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ସଚିବଙ୍କୁ ପୃଥକ୍ ଭାବରେ ପତ୍ର ଦେଇଛି ସଂଗଠନ। ଅନ୍ୟଦିଗରେ ବିହନ ନିଗମ ପରିଚାଳନା ନିର୍ଦେଶକ ଭବେଶ ନାୟକ କହିଛନ୍ତି ରାଜ୍ୟ ସରକାର କୌଣସି ଘରୋଇ ସଂସ୍ଥାକୁ ବିହନ ଯୋଗାଣ ପାଇଁ ଟେଣ୍ଡର ଦେଇ ନାହାନ୍ତି। ଭାରତ ସରକାରଙ୍କ ଏନଏସିସି, ନାଫେଡ ଏବଂ ଏନଏସଆରଡିଏସକୁ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କ ପାଖରେ ପହଞ୍ଚିବାର ଥିଲା ଆଳୁ ବିହନ। ମାତ୍ର ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ଚାଷୀଙ୍କ ପାଖରେ ଏହି ପହଞ୍ଚି ପାରିନାହିଁ। ଏଭଳି ସ୍ଥିତିରେ ହେକ୍ଟର ପିଛା ସରକାରଙ୍କ ୫୮ ହଜାର ରିହାତି ସତ୍ତ୍ବେ ମଧ୍ୟ ଆଳୁ ଉତ୍ପାଦନ ଆଶାଜନକ ହେବ ନାହିଁ ବୋଲି ବର୍ତ୍ତମାନ ଠାରୁ ଆଶଙ୍କା ହେଲାଣି। ଏହାକୁ ନେଇ ସଂଗଠନ କହିଛି, ୩ ବର୍ଷ ଧରି ପାଖାପାଖି ୩୫ କୋଟି ଟଙ୍କା କାରବାର କରିଥିବା ସଂସ୍ଥାକୁ ଆଳୁ ବିହନ ଟେଣ୍ଡର ପ୍ରଦାନର ନୂତନ ନିୟମ ରହିଛି। ମାତ୍ର ପଞ୍ଜାବର ଧୀରଜ ସଂସ୍ଥା ଏତେ କୋଟି ଟଙ୍କା କାରବାର କରିନଥିବା ପଞ୍ଜାବ ବିହନ ନିଗମର ରିପୋର୍ଟରୁ ଜଣାପଡ଼ିଛି। ଏଥିଯୋଗୁଁ ଧୀରଜ ସଂସ୍ଥା ଚାହିଦା ଅନୁସାରେ ବିହନ ଯୋଗାଣ କରିପାରୁ ନାହିଁ ଏବଂ ଏହା ବିଳମ୍ବିତ ହେଉଛି।

ସଂଗଠନ ଆହୁରି କହିଛି, ରାଜ୍ୟ ସରକାର ତିନୋଟି ଜାତୀୟ ସଂସ୍ଥା ଠାରୁ ବିହନ ନେଉଛନ୍ତି। ମାତ୍ର ଏହି ତିନୋଟି ଯାକ ରାଷ୍ଟ୍ରାୟତ୍ତ ସଂସ୍ଥା ନିଜ ବିହନ ଉତ୍ପାଦନ କରନ୍ତି ନାହିଁ। ସେମାନେ ଏଥିପାଇଁ ଘରୋଇ ସଂସ୍ଥା ଧୀରଜ ଉପରେ ନିର୍ଭରଶୀଳ। ଏଥିଯୋଗୁଁ ବିହନ ଯୋଗାଣରେ ବିଭ୍ରାଟ ହୋଇଛି। କିନ୍ତୁ ଏହି ସଂସ୍ଥାକୁ ଜାତୀୟ ବିହନ ନିଗମ କାହିଁକି ଟେଣ୍ଡର ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଛି ନବନିର୍ମାଣ କୃଷକ ସଂଗଠନ। ହେକ୍ଟର ପିଛା ଆଳୁ ଚାଷ ପାଇଁ ସରକାରଙ୍କ ପକ୍ଷରୁ ସର୍ବାଧିକ ୫୮ ହଜାର ଟଙ୍କା ରିହାତି ଚାଷୀଙ୍କୁ ଦିଆଯାଏ। ମାତ୍ର ଚଳିତ ବର୍ଷ ଆବଣ୍ଟିତ ଅର୍ଥରୁ ୪୫୦୦ ଟଙ୍କା ରାଜ୍ୟ ବିହନ ନିଗମକୁ ନେବାକୁ କୁହାଯାଇଛି। ଏଥିରେ ମଧ୍ୟ ଚାଷୀ କ୍ଷତିଗ୍ରସ୍ତ ହେବ ବୋଲି ନବନିର୍ମାଣ କୃଷକ ସଂଗଠନ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।