ରାଜ୍ୟ

ଅମ୍ଲଜାନ ଲୋଡ଼ୁଛି ‘ଆଇସିୟୁ’ ବିଲ୍‌ଡ଼ିଂ; ଉଦ୍‌ଘାଟନ ହେଲା, ସେବା ଆରମ୍ଭ ନୋହିଲା

ଖୋର୍ଦ୍ଧା: ଗଲା ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍‌ଘାଟିତ ହୋଇଥିଲା ‘ଆଇସିୟୁ’ ବିଲ୍‌ଡ଼ିଂ। ୧୦ଟି ବେଡ୍ ବିଶିଷ୍ଟ ଏ ୱାର୍ଡଟି ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ପାଇଁ ସମର୍ପିତ କରାଯାଇଥିଲା। ପ୍ରାୟ ଦୁଇ କୋଟି ମୂଲ୍ୟର ଏ ନୂଆ ବିଲ୍‌ଡ଼ିଂ ଚମକୁଛି ସିନା, କିନ୍ତୁ ରୋଗୀ ସେବାରେ ଲାଗିପାରୁନି। କେବଳ ଅମ୍ଲଜାନ ପାଇପ୍‌ଟିଏ ଅଭାବ ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ୱାର୍ଡ ଆରମ୍ଭରୁ ଅଟକିଛି। ତଥ୍ୟ ମୁତାବକ, ଏ ପ୍ରକଳ୍ପ ତିଆରି ହୋଇଥିଲା ବିଧାୟକଙ୍କ ହାତପାଣ୍ଠିରୁ। ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଏ ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ କୋଟିଏ ୧୦ଲକ୍ଷ ଓ ୭୫ଲକ୍ଷ ଟଙ୍କା ଦେଇଥିଲେ। ଏ ଟଙ୍କାରେ ମୋଟ୍ ୧୦ଟି ଆଇସିୟୁ ବେଡ୍ ଖଞ୍ଜାଯାଇଥିଲା। ପ୍ରତ୍ୟେକ ବେଡ୍ ପାଇଁ ଆନୁସଙ୍ଗିକ ମେସିନ୍ ସବୁ ବି ଖର୍ଦ୍ଦି କରିଛି।

ଆଇସିୟୁ ବେଡ୍‌ ପାଇଁ ଡାକ୍ତର ଏବଂ ନର୍ସ ବି ଆବଶ୍ୟକତା ଥିଲା। ୧୦ଟି ବେଡ୍‌ ପାଇଁ ଅନ୍ୟୁନ ୭ଜଣ ଡାକ୍ତର ଲୋଡ଼ା ଥିଲା। ସେଥିରୁ ଡାକ୍ତର ଆବଶ୍ୟକତା ଯଦିଓ ପୂର୍ଣ୍ଣ ହୋଇନାହିଁ, ତଥାପି ତିନି ଜଣରେ ଚଳିଲା ଭଳି ସ୍ଥିତି ରହିଛି।

କିନ୍ତୁ, ଆଇସିୟୁ ୱାର୍ଡ ପାଇଁ ଯେଉଁ ମୂଳ ଆବଶ୍ୟକତାଟି ଲେଡ଼ା ତାହା ଉପଲବ୍ଧ ନାହିଁ। ମରଣ ମୁହଁରେ ପଡ଼ୁଥିବା ରୋଗୀ ପାଇଁ ଅମ୍ଲଜାନ ଜୀବନ। ଆଇସିୟୁ ବେଡ୍‌ ପାଇଁ ସିଲିଣ୍ଡରରେ ଅମ୍ଲଜାନ ଯୋଗାଣ ପର୍ଯ୍ୟାପ୍ତ ନୁହେଁ, ସେଥିପାଇଁ ସ୍ବତନ୍ତ୍ର ପାଇପ୍‌ ଆବଶ୍ୟକତା ପଡ଼ୁଥିବା ବେଳେ ଆଇସିୟୁ ୱାର୍ଡକୁ ଅମ୍ଲଜାନ ପାଇପ୍‌ ଖଞ୍ଜା ହୋଇନାହିଁ। ସେଥିପାଇଁ ନୂଆ ଆଇସିୟୁ ବିଲ୍‌ଡ଼ିଂ ରୋଗୀଙ୍କ ସ୍ବାର୍ଥରେ ଲାଗି ପାରୁନାହିଁ। ବିଲ୍‌ଡ଼ିଂର ଭିତ୍ତିଭୂମି ନିର୍ମାଣ ଦାୟିତ୍ବ ଆର୍‌ ଆଣ୍ଡ୍‌ ବିକୁ ଦିଆଯାଇଛି। ବିଭାଗର ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସାହୁ ଏ ପ୍ରସଙ୍ଗରେ କହିଛନ୍ତି, ଅମ୍ଲଜାନ ପାଇପ୍‌ ପାଇଁ ୨୧ଲକ୍ଷ ଟଙ୍କାର ନୂଆ ଏଷ୍ଟିମେଟ୍‌ କରାଯାଇଛି। ଯେଉଁଥିରେ ଅମ୍ଳଜାନ, ଭାକ୍ୟୁମ୍‌ ଓ ବାୟୁ ପାଇଁ ତିନି ଗୋଟି ପାଇପ ବ୍ୟବସ୍ଥା ରହିବ। ଏ ପ୍ରକଳ୍ପ ପାଇଁ ଟେଣ୍ଡର ଡକା ସରିଛି। ଖୁବ୍‌ଶୀଘ୍ର କାମ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।