ଅପରାଧ ରାଜ୍ୟ

ଅମାନିଆ ମତ୍ସ୍ୟଜୀବୀଙ୍କ ଉପରେ ମତ୍ସ୍ୟ ବିଭାଗର ଛାଟ, ୫୦ରୁ ଅଧିକ ଡଙ୍ଗା ସହ ଜାଲ ଜବତ

ଟାଙ୍ଗୀ ୧୧/୦୫: ଅମାନିଆ ମତ୍ସ୍ୟଜୀବୀ, ଯେତେ କହିଲେ ମଧ୍ୟ କଥା ଶୁଣୁନାହାଁନ୍ତି । ସଚେତନ କଲେ ମଧ୍ୟ ନିର୍ଦ୍ଦେଶ ମାନୁନାହାଁନ୍ତି । ଏହି ଅମାନିଆ ମତ୍ସ୍ୟଜୀବୀଙ୍କ ବିରୋଧରେ ଆକ୍ସନ ନେବାପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ସରକାର ନିର୍ଦ୍ଦେଶ ଦେଲେ ବାତ୍ୟା “ଅସାନୀ” ଯୋଗୁଁ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀମାନେ ଯିବେନାହିଁ ।

ମତ୍ସ୍ୟ ବିଭାଗ ପକ୍ଷରୁ ଏନେଇ ଚିଲିକା କୂଳ ଗାଁ ମାନଙ୍କରେ ସଚେତନ କରାଗଲା । ଏମିତିକି ଗତକାଲି ମତ୍ସ୍ୟ ବିଭାଗ ଘାଟ ମଧ୍ୟ ଜଗିଥିଲା । ବାତ୍ୟା ସଂକଟ ନ-ଟଳିବା ପର୍ଯ୍ୟନ୍ତ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀମାନେ ମାଛଧରିବା ପାଇଁ ନ-ଯିବା ପାଇଁ ମତ୍ସ୍ୟ ବିଭାଗ ଆକଟ କରାଗଲା । ହେଲେ ଅମାନିଆ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ଡଙ୍ଗା-ଜାଲ-କୀଳା-ବାଉଁଶ ସବୁ ଧରି ଚିଲିକା ମଧ୍ୟକୁ ପଳାଇଗଲେ ।

ସେଥିପାଇଁ ଅମାନିଆ ମତ୍ସ୍ୟଜୀବୀଙ୍କ ଉପରେ ଅଙ୍କୁଶ ଲଗାଇବା ମତ୍ସ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ । ଆଜି ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତା ରେ ଚିଲିକା ମଧ୍ୟରେ ଅମାନିଆ ମତ୍ସ୍ୟଜୀବୀମାନଙ୍କ ଉପରେ ଛାଟ ବାଜିବା ଆରମ୍ଭ ହୋଇଯାଇଛି । ଜିଲ୍ଲା ମତ୍ସ୍ୟଅଧିକାରୀ ସଶାଙ୍କ ଶେଖର ସାହୁ ଏବଂ ମତ୍ସ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଜଗଦୀଶ ପଣ୍ଡିତ , ସ୍ଥାନୀୟ ମତ୍ସ୍ୟ ଅଧିକାରୀ , ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ବରେ ଗଠିତ ସ୍କ୍ୱ।ର୍ଡ ଟିମ୍ ଏବେ ଚିଲିକା ମଧ୍ୟରେ ପ୍ରବେଶ କରି ଅମାନିଆ ମତ୍ସ୍ୟଜୀବୀଙ୍କ ଡଙ୍ଗା-ଜାଲ ଇତ୍ୟାଦି ଜବତ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଡଙ୍ଗା ଜବତ କରାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଅମାନିଆ ମତ୍ସ୍ୟଜୀବୀଙ୍କ ଡଙ୍ଗା-ଜାଲ ଜବତ କରାଯିବା ସହିତ ଡଙ୍ଗା ଲାଇସେନ୍ସ ରଦ୍ଦ କରାଯିବ । ଅମାନିଆ ମତ୍ସ୍ୟଜୀବୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି । କାଳୁପଡାଘାଟ , ସୋରଣ , ପାଣିଦୁଆର ଚିଲିକା ଘାଟ ଏରିଆ ରେଡ୍ କରୁଛନ୍ତି ପ୍ରଶାସନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।