ରାଜ୍ୟ ସ୍ପେଶାଲ ରିପୋର୍ଟ

ଅମର୍ଦ୍ଦା ବିମାନବନ୍ଦର ପାଇଁ ବାଟ ଫିଟିଲା

ବାରିପଦା: ମୟୂରଭଞ୍ଜବାସୀଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରାସଗୋବିନ୍ଦପୁର ବ୍ଲକ୍‌ର ଐତିହାସିକ ଅମର୍ଦ୍ଦା ବିମାନଘାଟିର ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି।

ଏଠାରେ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ୧୬୦.୩୫ ଏକର ଜମିକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ପ୍ରତିରକ୍ଷା ବିଭାଗକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପୈଠ କରିବେ ରାଜ୍ୟ ସରକାର। ଏଥିସହ ଉକ୍ତ ଜମିର ଉପଯୋଗ ପାଇଁ ‘ସ୍ୱତନ୍ତ୍ର ବୋର୍ଡ ଅଫ୍‌ ଅଫିସର୍ସ’ ଗଠନ କରାଯିବ। ଏହି ବୋର୍ଡର ସଦସ୍ୟମାନେ ଜମିର ବାସ୍ତବ ସ୍ଥିତି, ସୀମା ନିର୍ଦ୍ଧାରଣ ଓ ନିୟମ ଅନୁଯାୟୀ ହସ୍ତାନ୍ତର କାର୍ଯ୍ୟ କରିବେ। ଜମି ଅଧିଗ୍ରହଣ ବେଳେ ସେଠାରେ ଥିବା ସରକାରୀ, ବେସରକାରୀ ନିର୍ମାଣକୁ ହଟାଇବାକୁ ଆଇନଗତ ପଦକ୍ଷେପ ନିଆଯିବ। ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ଡିଆର୍‌ଡିଓ ଓ ଡାଇରେକ୍ଟର ଜେନେରାଲ, ଡିଫେନ୍ସ ଇଷ୍ଟେଟ୍‌କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଡିଆର୍‌ଡିଓ ଓ ରାଜ୍ୟ ସରକାର କେତେ ପରିମାଣର ଜମି ଉପଯୋଗ କରିବେ, ସେ ବିଷୟରେ ମଧ୍ୟ ବୋର୍ଡ ଫଇସଲା କରିବ। ଏହି କାର୍ଯ୍ୟ ସଂପନ୍ନ ହେବାପରେ ବିମାନଘାଟିର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ‌ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିସହ ଜିଲ୍ଲାର ବହୁ ସଂଗଠନ ମଧ୍ୟ ଏ ନେଇ ଆନ୍ଦୋଳନ କରିଥିଲେ। ବିମାନବନ୍ଦର ପାଇଁ ପ୍ରତିରକ୍ଷା ବିଭାଗ ଜମି ହସ୍ତାନ୍ତର କରିବାକୁ ସବୁଜ ସଙ୍କେତ ଦେବା ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ। ଏହି ବିମାନଘାଟି ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ସହ ବେସାମରିକ ଉଡ଼ାଣ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।