ମନୋରଞ୍ଜନ

ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ କରୋନା ସଂକ୍ରମିତ

ନୂଆଦିଲ୍ଲୀ ୨୨/୦୭ : ଦେଶରେ କରୋନା ଭାଇରସର ମାମଲା କମ୍ ହେଉଥିବାରୁ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରୁଥିଲେ, କିନ୍ତୁ ପୁଣି ଥରେ ନୂଆ ମାମଲା ବଢିବାରେ ଲାଗିଛି । କରୋନାରେ ଅନେକ ସେଲିବ୍ରେଟ୍ ସଂକ୍ରମିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ଏହି ମହାମାରୀକୁ ପରାସ୍ତ କରିଥିବାବେଳେ ଆଉ କେତେକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏହି ସମୟରେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଯାହା ପରେ ସେ ନିଜକୁ କ୍ୱାରେଣ୍ଟାଇନ୍ କରିନେଇଛନ୍ତି ।

ସୂଚନା ଅନୁଯାୟୀ, ଜେନିଫର୍ ‘କୋଡ୍ ଏମ୍’ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ। ସୁଟିଂ ଆରମ୍ଭ କରିବା ପୂର୍ବରୁ ଅଭିନେତ୍ରୀ କରୋନା ଟେଷ୍ଟ କରିଥିଲେ ଯାହା ସକରାତ୍ମକ ହୋଇଛି । ରିପୋର୍ଟ ସକାରାତ୍ମକ ହେବା ପରେ ଜେନିଫର୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି।


‘କୋଡ୍ ଏମ୍’ ୱେବ୍ ସିରିଜ୍ ରେ ଜେନିଫର୍ ମେଜର ମୋନିକା ମେହରା ଭୂମିକାରେ ଅଭିନୟ କରିଥିଲେ । ଏଥି ସହିତ ଏହାର ଦ୍ୱିତୀୟ ସିଜିନର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ଜେନିଫରଙ୍କ ବ୍ୟତୀତ ରଜତ କପୁର, ସୀମା ବିଶ୍ୱାସ୍, ତନୁଜ ବିରୱାନି, ମଧୁରିମା ରାୟଙ୍କ ଭଳି ଷ୍ଟାର୍ ମଧ୍ୟ ସାମିଲ ହୋଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ