ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍ ଖାନ୍ : କିନ୍ତୁ ମନା କରି ଦେଇଥିଲେ ଅଭିନେତ୍ରୀଙ୍କ ବାପା

ମୁମ୍ବାଇ ୧୩/୧୧: ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ବଲା ୫୩ବର୍ଷର ହୋଇଯାଇଛନ୍ତି।ନିଜ ଚୁଲବୁଲି ଅନ୍ଦାଜରେ ଜୁହି ପ୍ରଶଂସକଙ୍କ ବ୍ୟତୀତ ସଲମାନ ଖାନଙ୍କ ହୃଦୟରେ ମଧ୍ୟ ସ୍ଥାନ ସୃଷ୍ଟି କରିଥିଲେ।ଦିନେ ସଲମାନ୍ ଖାନ୍,ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଜୁହିଙ୍କ ବାପା ସଲମାନଙ୍କ ପ୍ରସ୍ତାବକୁ ଅସ୍ବୀକାର କରି ଦେଇଥିଲେ।ଏକଥାର ଖୁଲାସା ସଲମାନ ନିଜେ ଏକ ସାକ୍ଷାତକାରରେ କରିଥିଲେ।

ପାଖାପାଖି ୨୮ବର୍ଷ ପୁରୁଣା ଏକ ଭିଡିଓରେ ସଲମାନ ଏକଥାର ଖୁଲାସା କରିଥିଲେ ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥିଲା।

ଭିଡିଓରେ ସଲମାନ,ଜୁହିଙ୍କ ବିଷୟରେ କହିଛନ୍ତି ଯେ ,‘ସେ ବହୁତ ସ୍ବିଟ୍। ସଲମାନ ଜୁହିଙ୍କ ବାପାଙ୍କ ସହ ବିବାହ ବିଷୟରେ କଥା ହୋଇଥିଲେ।କିନ୍ତୁ ଜୁହିଙ୍କ ବାପା ତାଙ୍କ ପ୍ରସ୍ତାବକୁ ଅସ୍ବୀକାର କରିଥିଲେ। ସଲମାନ ଜୁହିଙ୍କ ବାପାଙ୍କ ବିଷୟରେ କହିଥିଲେ ଯେ କେଜାଣି ତାଙ୍କୁ କଣ ଦରକାର। ସଲମାନ ନିଜ ପିଲାଦିନ କଥା ମଧ୍ୟ କହିଥିଲେ। ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ପିଲାଦିନେ ବଦମାସି କଲେ ତାଙ୍କୁ କେବେ ମାଡ଼ ହୋଇନାହିଁ।

ସଲମାନ ଖାନ୍ ୫୫ବର୍ଷର ହୋଇ ସାରିଛନ୍ତି କିନ୍ତୁ ଏବେ ସୁଦ୍ଧା ତାଙ୍କ ବିବାହ ହୋଇ ନାହିଁ। ଜୁହିଙ୍କ ଲଭଷ୍ଟୋରୀ ଅତ୍ୟନ୍ତ ଚମତ୍କାର। ଜୁହି ଜଣେ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତାଙ୍କ ସ୍ବାମୀଙ୍କ ନାଁ ଜୟ ମେହତା। ଜୟଙ୍କ ପ୍ରଥମ ସ୍ତ୍ରୀ ସୁଜାତା ବିର୍ଲାଙ୍କ ମୃତ୍ୟୁ ହୋଇ ସାରିଛି। ସୁଜାତାଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହୋଇଥିଲା। ଏହି ଦୁର୍ଘଟଣା ପରେ ହିଁ ଜୁହି ଏବଂ ଜୟଙ୍କ ଘନିଷ୍ଠତା ବଢ଼ିଥିଲା। ଏହା ପରେ ସେମାନେ ବିବାହ କରିଥିଲେ। ଜୁହିଙ୍କ ସ୍ବାମୀ ତାଙ୍କଠୁ ୭ବର୍ଷ ବଡ଼। ଉଭୟଙ୍କ ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି।

ଜୁହିଙ୍କ ସ୍ବାମୀ ଜୟ ମେହତା ମଲଟିନ୍ୟାସନାଲ୍ କମ୍ପାନୀ ମେହତା ଗୃପର ମାଲିକ। ତାଙ୍କର ୨ଟି ସିମେଣ୍ଟ କମ୍ପାନୀ ରହିଛି। ଶାହରୁଖ ଖାନଙ୍କ ସହ ସେ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସର କୋ-ଓନର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ