ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଅଭିନେତା ବରୁଣ ତେଜଙ୍କୁ କରୋନା, ରାମ ଚରଣଙ୍କ ସହ ଖ୍ରୀଷ୍ଟମାସ୍ ପାର୍ଟିରେ ସାମିଲ ଥିଲେ

ମୁମ୍ବାଇ ୩୦।୧୨: ସାଉଥ୍ ସୁପରଷ୍ଟାର ରାମ ଚରଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂପର୍କୀୟ ତଥା ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲା ମଧ୍ୟ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ଅଭିନେତା ବରୁଣ ତେଜ କୋନିଡେଲା ନିଜେ ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ବରୁଣ ତେଜ କୋନିଡେଲା ହାଇଦ୍ରାବାଦ ସ୍ଥିତ ନିଜ ଘରେ ଆଇସୋଲେସନରେ ଅଥନ୍ତି । ପୋଷ୍ଟ ସେୟାର କରି ଅଭିନେତା ଲେଖିଛନ୍ତି, ‘ସ୍ବଳ୍ପ ଲକ୍ଷଣ ଦେଖାଯିବା ସହ ଆଜି ମୋର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ମୁଁ ଘରେ କ୍ବାରେଣ୍ଟାଇନ୍ ରେ ରହିଛି । ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ମୁଁ ଖୁବ୍ ଶୀଘ୍ର ଫେରିବି । ସମସ୍ତଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି ।’

ବରୁଣ ତେଜ କୋନିଡେଲା ଏବଂ ରାମ ଚରଣ ଏକାସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ପାର୍ଟିଟି ବରୁଣ ତେଜଙ୍କ ଭଉଣୀ ଦେଇଥିଲେ । ଯିଏ ନିକଟରେ ଅଭିନେତା ଚୈତନ୍ୟଙ୍କୁ ବିବାହ କରିଛନ୍ତି । ଏହି ପାର୍ଟିରେ ସାଇ ଧର୍ମ ତେଜ, ବରୁଣ ତେଜ, ଅଲ୍ଲୁ ସିରିଶ, ଅଲ୍ଲୁ ବବି, ଚିରଞ୍ଜିବୀଙ୍କ ଝିଅ ଶ୍ରୀଜା ଏବଂ ସୁସ୍ମିତା ମଧ୍ୟ ସାମିଲ ହୋଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ