ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ଟିମ୍‌ଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ

ମୁମ୍ଵାଇ ୦୨।୧୧: ନିକଟରେ ହଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ବହୁତ ସଂଗ୍ରାମ କରିବା ପରେ ସଙ୍ଗୀତକାର ତଥା ଅଭିନେତା ଟିମ୍ ରୋଥଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ ହୋଇଛି। ତାଙ୍କ ପରିବାରର ଏହି ଖବରକୁ ନେଇ ନିଶ୍ଚିତ କରିଛନ୍ତି। ୨୫ ବର୍ଷ ବୟସରେ କରମାକ୍‌ ରୋଥ୍‌ ଦୁନିଆକୁ ଅଲବିଦା କହିଛନ୍ତି। ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କି ୧୬ ଅକ୍ଟୋବରରେ ରୋଥ୍‌ ତାଙ୍କ ପରିବାରର ଉପସ୍ଥିତିରେ ଶାନ୍ତିପୂର୍ଣ୍ଣଭାବରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

କହିବାକୁ ଗଲେ କରମାକ୍‌ ରୋଥ ବେନିଂଟନ୍‌ କଲେଜ୍‌ରେ ପାଠ ପଢୁଥିଲେ। ଅନ୍ୟପଟେ ସେ ଜଣେ ଉତ୍କୃଷ୍ଟ ସଂଗୀତଜ୍ଞ ଥିଲେ ଏବଂ ଗିଟାର ବଜାଉଥିଲେ ।କେବଳ ଏତିକି ନୁହେଁ, ସେ ଜଣେ ସଙ୍ଗୀତକାର ଏବଂ ନିର୍ମାତା ମଧ୍ୟ ଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ପ୍ରକାଶ କରିଛନ୍ତି କି ନଭେମ୍ଵର ୨୦୨୧ରେ ତାଙ୍କୁ କ୍ୟାନସର ହୋଇଛି ବୋଲି ଜାଣିଥିଲେ । ସେତେବେଳେ ପୁଣି ଷ୍ଟେଜ୍‌ ୩ରେ ଜର୍ମ ସେଲ୍ କର୍କଟ ରୋଗରେ ପୀଡିତ ଥିଲେ।

କରମାକ୍ ରୋଥଙ୍କ ପିତା ଅନେକ ପପୁଲାର ହଲିଉଡ୍‌ ଫିଲ୍ମରେ ଗୀତ ଗାଇଛନ୍ତି। ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଖବର ପରଠାରୁ ପ୍ରଶଂସକମାନେ କରମାକ୍ ରୋଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାରକୁ ସ୍ଵାନ୍ତନା ଦେଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ