ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଭିନବ ଉପାୟରେ ଆନ୍ଦୋଳନ: ପକୁଡ଼ି ଛାଣିଲେ, ଚାହା ବିକିଲେ ଅମଲା

ମାଲକାନଗିରି : ଚାଲୁନି କଲମ। ଟେବୁଲ୍ ଉପରୁ ଘୁଞ୍ଚୁନି ଫାଇଲ୍। ସରକାରୀ କାର୍ଯ୍ୟ ଏକପ୍ରକାର ଠପ୍। ଆନ୍ଦୋଳନକୁ ପୂରିଲାଣି ୧୬ ଦିନ। ଅଥଚ ଦାବି ପୂରଣ ଦିଗରେ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର। ଫଳରେ, ଆଜିଠୁ ଅଭିନବ ଉପାୟରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମଲା। ଧାରଣାସ୍ଥଳରେ ପକୁଡ଼ି ଛାଣିବା ସହ ବିକ୍ରି କରିଛନ୍ତି ଚାହା। ମହିଳା କର୍ମଚାରୀ ରାଜରାସ୍ତା ଉପରେ ରଜ ପାଳିଛନ୍ତି। ମାଲକାନଗିରିରେ ଅମଲାଙ୍କ ଅଭିବନ ପ୍ରତିବାଦକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଦରମା ଓ ଗ୍ରେଡ୍‌-ପେ ବୃଦ୍ଧି ଦାବିରେ ସମଗ୍ର ରାଜ୍ୟରେ ଅମଲା ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏଥିରେ ସାମିଲ୍ ହୋଇଛି ମାଲକାନଗିରି ଅମଲା ସଂଘ। ମିଳିତ ଅମଲା ମଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆସୁଛନ୍ତି। ଦାବିକୁ ସରକାର ବିଚାରକୁ ନେଉନଥିବାରୁ ଅମଲା କେବେ ଝାଡ଼ୁ ଉଠାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତ କେବେ ବସ୍‌ଷ୍ଟାଣ୍ଡ ପରିସର ସଫେଇ କରିଛନ୍ତି। ଏଥିସହ ରକ୍ତଦାନ କରି ‌ଲୋକଙ୍କୁ ସଚେତନତା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ବାହନାଗାର ଦୁର୍ଘଟଣାର ଆହତଙ୍କୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରି ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଶୁକ୍ରବାର ଦିନ ମହିଳା କର୍ମଚାରୀ ରାଜରାସ୍ତାରେ ରଜ ପାଳିବା ସହ ସୁଜିରେ ନଡ଼ିଆ ପୂର ଦେଇ କାକରା ତିଆରି କରିଛନ୍ତି। ଦୁଇଟଙ୍କାରେ ଗୋଟିଏ କପ୍ ଚା, ୩ ଟଙ୍କାରେ ଗୋଟିଏ କାକରା ଓ ୫ ଟଙ୍କାରେ ପକୁଡ଼ି ବିକ୍ରି କରିଛନ୍ତି। ସରକାରୀ କାର୍ଯ୍ୟରୁ ଅନ୍ତର ଥିବାରୁ ଲୋକଙ୍କୁ ସ୍ବଳ୍ପ ଦରରେ ଖାଦ୍ୟ ଯୋଗାଇବା ପାଇଁ ଏପରି କରିଥିବା କହିଛନ୍ତି ଅମଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।