ମନୋରଞ୍ଜନ

ଅଭାବ ଓ ଗୁରୁତର ଅସୁସ୍ଥତାରେ ଜୀବନ ସହ ଲଢୁଛନ୍ତି ଦାଦାସାହେବ ଫାଲକେ ବିଜେତା ଲୀଲାଧର ସାୱନ୍ତ, ପତ୍ନୀ ମାଗିଲେ ସହାୟତା

ମୁମ୍ବାଇ ୦୨/୦୭: ଯେତେ ଦୂରରୁ ଗ୍ଲାମର ଇଣ୍ଡଷ୍ଟ୍ରି ଚମକପ୍ରଦ ଦେଖାଯାଏ, ଅନେକ ଥର ଏହାର ବାସ୍ତବତା ନିକଟତର ଠାରୁ ଭିନ୍ନ ଦେଖାଯାଏ । ଶିଖରରେ ବସିଥିବା ବ୍ୟକ୍ତି ମଧ୍ୟ ଅସୁବିଧାରେ ପଡ଼ିଥିବାର ନଜର ଆସିଛନ୍ତି । ବର୍ତ୍ତମାନ ଜଣେ ଆର୍ଟ ନିର୍ଦ୍ଦେଶକଙ୍କ ବିଷୟରେ ଖବର ଆସିଛି ଯିଏକି ଆଜିକାଲି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ମହାରାଷ୍ଟ୍ରର ଆର୍ଟ ନିର୍ଦ୍ଦେଶକ ଲୀଲାଧର ସାୱନ୍ତ ୨୫ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଛନ୍ତି । ସେ ଫିଲ୍ମରେ ଷ୍ଟେଜ୍ ତିଆରି କରିବା କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ ତାଙ୍କ ପତ୍ନୀଙ୍କ ସହ ୱାଶିମ୍ ଜିଲ୍ଲାର ଜୌଲକା ଗ୍ରାମରେ ରହୁଛନ୍ତି । ଲୀଲାଧରଙ୍କ ପତ୍ନୀ ପୁଷ୍ପା ସାୱନ୍ତ କହିଛନ୍ତି ଯେ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ କହିଛନ୍ତି ,’ମୁଁ ତାଙ୍କ ସହ କାମ କରିଥିବା ସମସ୍ତ କଳାକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି । ତାଙ୍କର ଦୁଇଟି ବାଇପାସ୍ ସର୍ଜରୀ ହୋଇ ସାରିଛି ଏବଂ ଦୁଇଥର ବ୍ରେନ୍ ହାମରେଜ୍ ବି ହୋଇଛି ।’

୧୭୦ ରୁ ଅଧିକ ଫିଲ୍ମରେ ଲିଲାଧର ସାୱନ୍ତ ଆର୍ଟ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କର ମୁଖ୍ୟ ଫିଲ୍ମ ମଧ୍ୟରେ ହତ୍ୟା, ୧୦୦ ଡେଜ୍, ଦିୱାନା, ଜିଦ୍, ମେଁ ଖିଲାଡି ତୁ ଅନାଡି, ଜୁଲ୍ମି, ହଦ କର ଦି ଆପନେ ଏବଂ ଅନାଡି ନଂ ୧ ରହିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ