ଖେଳ

ଅବସର ପରେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଜାଣନ୍ତୁ କେତେ ରହିଛି ମୋଟ ସମ୍ପତ୍ତି

ନୂଆଦିଲ୍ଲୀ ୦୪/ ୦୬ : ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ଜଣେ ମାଇଲଖୁଣ୍ଟ । ପଡିଆ ମଧ୍ୟରେ ଯେ କେହି ତାଙ୍କ ଭଳି ହେବାକୁ ଉଚ୍ଛା କରନ୍ତି । କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ମହାନ କ୍ରିକେଟରମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୪ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ନିଜ ନାଁରେ କରିପାରିଛନ୍ତି ତେନ୍ଦୁଲକର । ଏହା ବାଦ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ ରହିଥିଲେ, ଏବେ ମଧ୍ୟ ତାହା ଜାରି ରହିଛି ।

୨୦୧୩ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ସଚିନ ଆଜି ମଧ୍ୟ ବିଶ୍ବର ଶ୍ରେଷ୍ଠ ଧନୀ ଖେଳାଳୀଙ୍କ ମଧ୍ୟରୁ ଅନ୍ୟତମ । ଦେଶ ତଥା ବିଦେଶର ଅନେକ ବ୍ରାଣ୍ଡରେ ସଚିନ ଆମ୍ବାସଡର ଅଛନ୍ତି । ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି । ୨୦୨୦ ମସିହାରେ ସଚିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୮୩୪ କୋଟି ଟଙ୍କା । ସଚିନଙ୍କ ମୋଟ ସମ୍ପତ୍ତିର ସିଂହ ଭାଗ କ୍ରିକେଟରୁ ଆସିଥିବା ବେଳେ ରିଅଲ ଇଷ୍ଟେଟ ଜରିଆରେ ମଧ୍ୟ ଖୁବ କମାଉଛନ୍ତି ।

କୋକା କୋଲା, ଆଡିଡାସ, ବିଏମଡ୍ଲ୍ୟୁ ଇଣ୍ଡିଆ, ତୋସିବା, ଜିଲେଟ ଭଳି ଅନେକ ବଡ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ତେନ୍ଦୁଲକର । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବିସିସିଆଇ ତରଫରୁ ସଚିନଙ୍କୁ ପ୍ରତିମାସରେ ୫୦ ହଜାର ଟଙ୍କା ଲେଖାଏଁ ପେନସନ ଦିଆଯାଉଛି । କ୍ରିକେଟ ପ୍ରତି ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ କରାଯାଇଛି । କେବଳ ସେତିକି ନୁହେଁ ସଚିନଙ୍କୁ ପଦ୍ମ ବିଭୂଷଣ, ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ଆଦିରେ ସମ୍ମାନୀତ କରାଯାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ