ଅପରାଧ ରାଜ୍ୟ

ଅବକାରୀ ବିଭାଗ ରେଡ୍: ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ବଲାଙ୍ଗୀର ୨୭/୦୫: ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢଉ । ୧୯୬ ବୋତଲ ନକଲି ବିଦେଶି ମଦ ଜବତ କରାଯିବା ସହ କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗୌତମ ମହ ଏବଂ ରାମବ୍ରତ ସାହୁଙ୍କୁ ଗିରଫ କରାଯାଇଛି । ନକଲି ବିଦେଶୀ ମଦ ପ୍ରସ୍ତୁତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଏବଂ ବିଭାଗର ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ପାଟଣାଗଡ ସହରର କାଦୋପଡା ଅଂଚଳରେ ଚଢଉ କରିଥିଲେ ।

ସହରର ଏକ ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରୁଥିବା ଝାଡଖଣ୍ଡ ଅଂଚଳର ଗୌତମ ମହଙ୍କ ଭଡାଘରେ ଚଢଉ କରିି ୧୪ ଲିଟର ବିଭିନ୍ନ କିସମର ନକଲି ବିଦେଶୀ ମଦ ଜବତ କରିଥିଲେ । ସେହିଭଳି ଖପ୍ରାଖୋଲର ବିଦେଶୀ ମଦ ଦୋକାନ ପଛପଟେ ଥିବା ଏକ ଭଡା ଘରେ ଚଢଉ କରାଯାଇଥିଲା ।

ବିଦେଶୀ ମଦ ଦୋକାନରେ କାମ କରୁଥିବା ଝାଡଖଣ୍ଡ ଅଂଚଳର ରାମବ୍ରତ ସାହୁ ରହୁଥିବା ଉକ୍ତ ଭଡାଘରୁ ଅବକାରୀ ବିଭାଗ ୨୭ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ବିପୁଳ ପରିମାଣର ନକଲି ଠିପି ଏବଂ ବୋତଲକୁ ସିଲ କରିବା ପାଇଁ ଉଦ୍ଦିଷ୍ଟ ନକଲି ସିଲ୍ ଜବତ କରିଥିଲେ ।

ଉଭୟ ସ୍ଥାନରୁ ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଏ ସଂକ୍ରାରେ ୨ ଟି ପୃଥକ୍ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।