ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବକାରୀ ବିଭାଗ ଜବତ କଲା ୩୩ କିଲୋ ଗଞ୍ଜେଇ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ଜିଲ୍ଲାର ମନମୁଣ୍ଡା, କଣ୍ଟାମାଳ ଓ ବୌଦ୍ଧ ଥାନା ଅଞ୍ଚଳରେ ଚଢ଼ଉ କରି ୩୩ କିଲୋ ଗଞ୍ଜେଇ ସହ ୨ଟି ବାଇକ୍‌ ଜବତ କରିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନାନୁସାରେ ମନମୁଣ୍ଡା ଥାନା ପଲଶାଗୋରା ରାସ୍ତାରେ ଯାଞ୍ଚ ବେଳେ ବାଇକ (ଓଡି ୧୨ଡି-୦୫୬୯)ରୁ ୮ କିଲୋ ଗଞ୍ଜେଇ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବାଲିଗୋଟା ଗାଁର ଅଭିଯୁକ୍ତ ସୁରେଶ ଚନ୍ଦ୍ର ଦିଗାଲ (୩୫)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି କଣ୍ଟାମାଳ ଥାନା କୁମେଲବନ୍ଧ ଛକରେ ଅନ୍ୟ ଏକ ବାଇକ (ଓଡି ୩୧ଇ-୮୫୪୧)ରୁ ୫ କିଲୋ ଗଞ୍ଜେଇ ଜବତ କରାଯାଇ ବଡ଼ଛପାପାଲି ଗାଁର ଶ୍ରୀକାନ୍ତ ଛତ୍ରିଆ (୩୧)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ମନମୁଣ୍ଡା ଅବକାରୀ ଥାନାଧିକାରୀ ରମାକାନ୍ତ ଚାନ୍ଦ ଓ କଣ୍ଟାମାଳ ଅବକାରୀ ଥାନାଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ସୁକେଶିନୀ କୁଜୁର, ସଞ୍ଜୟ ସେଠୀ, ବିଜୟ ବାଘ, ଆନନ୍ଦ ଚନ୍ଦ୍ର ମେହେର, ନିରଞ୍ଜନ ମଲ୍ଲିକ ସାମିଲ ଥିଲେ। ସେହିପରି ବୌଦ୍ଧ ଅବକାରୀ ଥାନାଧିକାରୀ ଅନିତା ସାହୁ ଚୋରାଚାଲାଣ ପାଇଁ ଗଞ୍ଜେଇ ଗଚ୍ଛିତ ଥିବା ସୂଚନା ପାଇ ଗୁରୁଜିମୁଣ୍ଡା ଗାଁ ନିକଟ ନାଳ​ରେ ଚଢ଼ଉ କରିଥିଲେ। ଦୂରରୁ ଅବକାରୀ ଗାଡ଼ି ଦେଖି ଚାଲାଣକାରୀମାନେ ଫେରାର୍‌ ମାରିଥିବା ବେଳେ ସେଠାରୁ ୨୦ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।