ଅପରାଧ ରାଜ୍ୟ

ଅବକାରୀ ବିଭାଗର ଫାସରେ ଫସିଲେ ଗଞ୍ଜେଇ ବ୍ୟବସାୟୀ, ଗ୍ରାହକ ସାଜି ଗିରଫ କଲା ବିଭାଗ

ଟାଙ୍ଗୀ, ୨୩/୦୬: ଗଞ୍ଜେଇ ବ୍ୟବସାୟୀଙ୍କୁ ଧରପଗଡ କରିବା ପାଇଁ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ କରାଯାଇଥିଲା ସୁ-ବନ୍ଦୋବସ୍ତ । ଗଞ୍ଜେଇ ବ୍ୟବସାୟୀ ଜଣକ ଗଞ୍ଜେଇ ବିକ୍ରୀ କରିବା ପାଇଁ ଗରାଖ ଖୋଜିଲେ ଆଉ ସେହି ସମୟରେ କ୍ରୟ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ କର୍ମଚାରୀ ପୂର୍ବ କଳ୍ପିତ ନାଟକ ପରିବେଷଣ କରିଥିଲେ । ହେଲେ ଅବକାରୀ ବିଭାଗର ଏହି ନାଟକ ସମ୍ପର୍କରେ ବିଚରା ଗଞ୍ଜେଇ ବ୍ୟବସାୟୀ ଜାଣିପାରିଲେ ନାହିଁ । ଆଉ ଶେଷରେ ଅବକାରୀ ବିଭାଗର ଛଦ୍ମବେଶଧାରୀ ଲୋକଙ୍କୁ ବ୍ୟବସାୟୀ ଜଣକ ଗଞ୍ଜେଇ ବିକ୍ରୀ କରିବା ବେଳେ ଧରାପଡି ଯାଇଥିଲେ ।

ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ କୁହୁଡ଼ି ରେଳ ଷ୍ଟେସନ ନିକଟରେ । ଗିରଫ ଗଞ୍ଜେଇ ବ୍ୟବସାୟୀ ଜଣକ ହେଉଛନ୍ତି କୁହୁଡ଼ି ଗ୍ରାମର ଅଜୟ ଭୋଇ । ଗଞ୍ଜେଇ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।