ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ, କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁର ୧୬/୦୯: ପାର୍ବଣରେ ଅପରାଧ ରୋକିବାକୁ ଚାଲିଛି ଜୋରଦାର ଧରପଗଡ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ଗିରଫ କରାଯାଇଛି । ଟିମ୍ ସୂଚନା ପାଇ ଗୋପାଳପୁର ଛକରେ ଚଢାଉ କରିଥିଲା । କନ୍ଧମାଳରୁ ଦିଲ୍ଲୀ କୁ କାର୍ ଯୋଗେ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଗୋପାଳପୁର ଛକରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ ।

ଫଳରେ ଏକ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ସହ କାର୍ ଜବତ । ଆହୁରି ମଧ୍ୟ ୪ ମାଫିଆ ଧରାପଡିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ ଶତପଥୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।