ଅପରାଧ ରାଜ୍ୟ

ଅନ୍ଧ ବିଶ୍ବାସର କୁପରିଣତି : ସାପ କାମୁଡିବା ପରେ ଝଡାଫୁଙ୍କା କଲା ଗୁଣିଆ, ଚାଲିଗଲା ୨ ଜଣଙ୍କ ଜୀବନ

ସୁନ୍ଦରଗଡ ୯।୮: ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ବାସ ଲୋକଙ୍କ ମନରୁ ଏବେବି ଯାଇନି । ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି । ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଦେଇଥିଲା । ତାଙ୍କୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେହିଭଳି ତାମଡା ଗାଁର ଜଣେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡିଥିଲା । ଶ୍ବଶୁର ଘର ଲୋକ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣି ଗାଁକୁ ଫେରାଇ ଆଣି ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଥିଲେ । ଶେଷରେ ତାଙ୍କର ବି ମୃତ୍ୟୁ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।