ଅପରାଧ ରାଜ୍ୟ

ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ

ଭଦ୍ରକ ୧୮।୦୬: ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ ।

ଖବର ଅନୁଯାୟୀ, ସୁବାସ ସନ୍ଧ୍ୟାରେ କାମରୁ ଆସି ବଜାରକୁ ଯାଇଥିଲେ । ରାତିରେ ନାଲଗରା, ଇଟାଭାଟି ପଡିଆ ଦେଇ ଘରକୁ ଆସୁଥିଲେ । ଅନ୍ଧାରରେ ଆସୁଥିବାରୁ ତଳେ ପଡିଥିବା ବିଦ୍ୟୁତ ତାରକୁ ଜାଣି ନପାରି ଚଢି ଯାଇଥିଲେ । ଘଟଣାସ୍ଥଳରେ ସୁବାସ ତାଙ୍କର ମୃତ୍ୟୁ ହୋଇଥିଲା । ସକାଳ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସୁବାସଙ୍କ ଦେହରେ ତାର ଗୁଡ଼ାଇ ହେବା ଲାଗି ପୋଡି ଯାଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।