ମନୋରଞ୍ଜନ

ଅନୁଙ୍କ ସଂଜୀବନୀ ମନ୍ତ୍ର

କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ସମାଜ ପ୍ରତି ନିଜ କର୍ତ୍ତବ୍ୟବୋଧକୁ ହୃଦୟଙ୍ଗମ କରି ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ‘ମିସନ୍ ସଂଜୀବନୀ’ ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ, ଆଶ୍ୱାସନା ଓ ବଞ୍ଚିବାର ରାହା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଏହି ଧାରାରେ ସାମିଲ ହେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଏହି ଦୁର୍ଦ୍ଦିନରେ ଲୋକଙ୍କୁ ନିଜର ବାର୍ତ୍ତା ଜରିଆରେ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ଅନୁ।

କରୋନା ଯୋଦ୍ଧା ଭାବେ ଛିଡ଼ା ହୋଇଥିବା ପୁଲିସ, ପ୍ରଶାସନ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ସେ କୃତଜ୍ଞତା ଜଣାଇଛନ୍ତି। ଆମେ ସରକାରଙ୍କ ନିୟମ ମାନିବା ସହ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀଙ୍କୁ ସହଯୋଗ କଲେ ଏଥିରୁ ବର୍ତ୍ତିଯାଇପାରିବା। ଅନୁ କହିଛନ୍ତି କେବଳ କଥାରେ ନୁହେଁ, ଆମେ ଯଦି ଆମ ଆଖପାଖରେ ଥିବା କୌଣସି କୋଭିଡ୍ ଆକ୍ରାନ୍ତ ବା ଅସହାୟ ଲୋକଙ୍କୁ ଯତକିଞ୍ଚିତ୍ ସାହାଯ୍ୟ କରନ୍ତି ତେବେ ନିଜକୁ ପୁଣ୍ୟବାନ ବୋଲି ଅନୁଭବ କରିବା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ