ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନିଲ ଅମ୍ବାନିଙ୍କ ବିରୋଧରେ କଳାଧନ ମାମଲା: ବିରକ୍ତ ହେଲେ ବମ୍ବେ ହାଇକୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମୁମ୍ବାଇ: ଦେଶର ଦୁଇ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ତଥା ଅନିଲ ଧୀରୁଭାଇ ଅମ୍ବାନି ଗ୍ରୁପ୍ (ଏଡିଏଜି)ର ମୁଖ୍ୟ ଅନିଲ ଅମ୍ବାନିଙ୍କ ବିରୋଧରେ କଳାଧନକୁ ନେଇ ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରି ଆୟକର ବିଭାଗ ଉପରେ ବମ୍ବେ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ୨୦୧୫ରେ ଲାଗୁ ହୋଇଥିବା ଏକ ଆଇନକୁ ପିଛିଲା ଭାବେ କିଭଳି ୨୦୦୬ରେ ଘଟିଥିବା ଘଟଣା ଲାଗି ଲାଗୁ କରାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଆଗାମୀ ୧୦ ବର୍ଷରେ ସରକାର କେଉଁ ଆଇନ ଆଣିବେ ତାହା ଆକଳନ କରି ଲୋକମାନେ କାମ କରିବେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଜି ଏସ୍‌ ପଟେଲ୍ ଓ ଏସ୍‌ ଜି ଦିଗେ ମାମଲାର ଶୁଣାଣି କରି ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ୍‌
ଆଇନକୁ ପିଛିଲା ଭାବେ ଲାଗୁ କରାଯାଇଥିବା ନେଇ ପ୍ରଶ୍ନ ଉଠାଇଲେ
ଅନିଲ ଅମ୍ବାନିଙ୍କ ଦୁଇଟି ସ୍ବିସ୍‌ ବ୍ୟାଙ୍କ ଖାତାରେ ୮୧୪ କୋଟି ଟଙ୍କା ଥିବା ଏବଂ ସେ ୪୨୦ କୋଟି ଟଙ୍କାର ଟିକସ ଠକେଇ କରିଥିବା ଅଭିଯୋଗ କରି ଆୟକର ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କଳାଧନ (ଅ ଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି) ଟିକସ ଆଇନ ୨୦୧୫ରେ ଥିବା ବ୍ୟବସ୍ଥା ଅନୁସାରେ ସେହି ନୋଟିସ୍‌ ଜାରି କରାଯାଇଥିଲା। ସେହି ନୋଟିସ୍‌କୁ ଅମ୍ବାନି ଚ୍ୟାଲେଞ୍ଜ କରିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୧୫ରେ ଏହି ନିୟମ ଲାଗୁ ହୋଇଥିବା ବେଳେ ଯେଉଁ ନୋଟିସ୍‌ ପଠାଯାଇଛି ସେହି ଘଟଣା ପୂର୍ବରୁ ଘଟିଥିଲା। ଏହି ନୋଟିସ୍‌ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ସେ କହିଛନ୍ତି। ୨୦୧୫ର ଆଇନକୁ ପିଛିଲା ଭାବେ ଲାଗୁ କରି ଅମ୍ବାନିଙ୍କୁ ନୋଟିସ୍‌ ପଠାଯାଇଥିବା ଜାଣିବା ପରେ କୋର୍ଟ ବିରକ୍ତ ହୋଇଥିଲେ। ତାହାକୁ ପିଛିଲା ଭାବେ କିଭଳି ଲାଗୁ କରାଗଲା ବୋଲି ଆୟକର ବିଭାଗକୁ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପେବ୍ରୁଆରି ୨୦ରେ ହେବ। ସେହି ସମୟ ଭିତରେ ଅମ୍ବାନିଙ୍କ ବି‌ରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆୟକର ବିଭାଗକୁ କୋର୍ଟ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ