ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧିକ ସ୍ଥାନୀୟ ଶିଳ୍ପ ସହ ହାତ ମିଳାଇବ ଆଇଆଇଏମ୍ ସମ୍ବଲପୁର

ଉଦ୍ୟମିତା କ୍ଷେତ୍ରରେ ଆଇଆଇଏମ୍-ସମ୍ବଲପୁରର ଭୂମିକା କ’ଣ?
ଆମ ଇନ୍‌କୁବେସନ ସେଣ୍ଟର୍‌ରେ ଉଦୀୟମାନ ଉଦ୍ୟୋଗୀଙ୍କୁ ମେଣ୍ଟରିଂ, ଜ୍ଞାନ ଆଦାନପ୍ରଦାନ ସହିତ ସହାୟକ ବ୍ୟବସ୍ଥା, ନେଟ୍‌ୱର୍କିଂ, ପାଣ୍ଠି ଏବଂ ବ୍ରାଣ୍ଡିଂ ସହାୟତା ପ୍ରଦାନ କରାଯାଉଛି। ନିବେଶକ, ଭେଞ୍ଚର କ୍ୟାପିଟାଲିଷ୍ଟ ଓ ଶିଳ୍ପ ବିଶେଷଜ୍ଞଙ୍କ ସହିତ ସେମାନଙ୍କୁ ଭେଟ କରାଯାଉଛି। ୱଣ୍ଡର ଫୁଡ୍‌ସ, ସୁକାନ୍ତିହାଣ୍ଡଲୁମ୍‌ସ, ଷ୍ଟଡି ଇନ୍ ସ୍କୁଲ୍‌, ସିମ୍ପ୍‌ଲିଫାଏ ଏଜୁକେସନ, ସତତ୍ବ, ହୋମ୍‌ଭେରି, ଏମ୍‌ଏଲ୍‌ଜିପି ଭଳି ଷ୍ଟାର୍ଟଅପ୍ ଆମ ଇନ୍‌କୁବେସନ ସେଣ୍ଟର୍‌ରେ ରହିଛନ୍ତି। ନବସୃଜନ ଓ ଉଦ୍ୟମିତାର ପ୍ରସାର ଲାଗି ଏସ୍‌କେଏନ୍‌ ଭେଞ୍ଚର୍ସ ଓ ଇଣ୍ଡସ୍‌ କ୍ୟାପିଟାଲ୍‌ଠାରୁ ୨ ନିୟୁତ ଡଲାର ପାଣ୍ଠି ମିଳିଛି। ଇଣ୍ଡିଆ ଆସେଲରେଟର ଏବଂ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର ସହ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।
ସ୍ଥାନୀୟ ବୁଣାକାରମାନଙ୍କ ଲାଗି କ’ଣ ପଦକ୍ଷେପ ନିଆଯାଇଛି?
ବଜାର ଗବେଷଣାଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ବୁଣାକାରମାନଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଉଛି। ଫ୍ଲିପ୍‌କାର୍ଟ ଓ ସିଡ୍‌ବି ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଫଳରେ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ ସାରା ଦେଶରେ ପହଞ୍ଚିପାରିଛି।
ଷ୍ଟାର୍ଟଅପ୍ ପାଇଁ କ’ଣ ଯୋଜନା ରହିଛି?
ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସମୃଦ୍ଧ କରିବା ଲାଗି ଆମ ଇ-ସେଲ୍‌ ପ୍ରତିବଦ୍ଧ। ଗୁଜରାଟ ସରକାରଙ୍କ ସହ ମିଶି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆୟୋଜନ କରାଯାଇଥିଲା ‌ଯେଉଁଥିରେ ୩୦୦ରୁ ଅଧିକ ଷ୍ଟାର୍ଟଅପ୍ ଭାଗ ନେଇ ‌ସେମାନଙ୍କ ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଥିଲେ।
ସ୍ଥାନୀୟ ଶିଳ୍ପ ସହ ସହଯୋଗିତା ଯୋଜନା ଅଛି କି?
ବେଦାନ୍ତ ଲିମିଟେଡ୍‌ ସହ ଆମର ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତା ରହିଛି। ଆଗାମୀ ଦିନରେ ଆମେ ଅଧିକରୁ ଅଧିକ ଶିଳ୍ପସଂସ୍ଥା ସହ ହାତ ମିଳାଇବାକୁ ଯୋଜନା ରଖିଛୁ।
ପ୍ଲେସ୍‌ମେଣ୍ଟ୍‌ରେ ଆଇଆଇଏମ୍ ସମ୍ବଲପୁରର ସଫଳତା କିଭଳି ରହିଛି?
ଆମର ୨୦୨୩ ଏମ୍‌ବିଏ ବ୍ୟାଚ୍‌ ୧୦୦% ପ୍ଲେସ୍‌ମେଣ୍ଟ୍‌ ସଫଳତା ହାସଲ କରିଛି। ଦେଶ ଭିତରେ ସର୍ବାଧିକ ବେତନ ପ୍ୟାକେଜ୍ ୬୪.୬୧ ଲକ୍ଷ ଟଙ୍କା ଏବଂ ଆନ୍ତର୍ଜାତିକ ସ୍ତରରେ ୬୪.୧୪ ଲକ୍ଷ ଟଙ୍କା ରହିଛି। ହାରାହାରି ବେତନ ପ୍ୟାକେଜ୍ ୧୬.୬୪ ଲକ୍ଷ ଟଙ୍କା ଥିଲା। ୧୩୦ରୁ ଅଧିକ କଂପାନି ଆସିଥିଲେ ଯେଉଁଥିରେ ଡେଲଏଟ୍‌, କଗ୍ନିଜାଣ୍ଟ, ଇୱାଇ, କ୍ୟାପଜେମିନି, ଆକ୍ସେଞ୍ଚର, ମାଇକ୍ରୋସଫ୍ଟ, ବେଦାନ୍ତ, ତୋଲାରାମ, ଅମୁଲ ଓ ଆଦାନି ଭଳି ସଂସ୍ଥା ଥିଲେ।
ନୂଆ ପାଠ୍ୟକ୍ରମ ଆଣିବେ କି?
କର୍ମଜୀବୀ ପେସାଦାରମାନଙ୍କ ଲାଗି ଆମର ଇ-ଏମ୍‌ବିଏ ପାଠ୍ୟକ୍ରମ ରହିଛି ଯେଉଁଥିରେ ନୂଆପିଢ଼ିର ପ୍ରଯୁକ୍ତି ସାମିଲ କରାଯାଇଛି। ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଆଗକୁ ବଢ଼ିବା ଲାଗି ଏହା ସେପାଦାରମାନଙ୍କୁ ପ୍ରସ୍ତୁତ କରିବ। ଉଦୀୟମାନ ଧାରା ଦ୍ବାରା ସୃଷ୍ଟି ହେଉଥିବା ସୁଯୋଗ ହାସଲ କରିବା ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ।
ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୪ ସମ୍ପର୍କରେ ଆପଣଙ୍କ ମତ କ’ଣ?
କର୍ପୋରେଟ୍‌ ସଫଳତାରେ ଉତ୍କର୍ଷକୁ, ବିଶେଷ କରି ଓଡ଼ିଶାରୁ ସୃଷ୍ଟି ହୋଇଥିବା ସଂସ୍ଥାଗୁଡ଼ିକୁ ମାନ୍ୟତା ଦେବାରେ ଏହି ପୁରସ୍କାର ନିଜକୁ ପ୍ରତିଷ୍ଠିତ କରିପାରିଛି। ଏଭଳି ପୁରସ୍କାର ଶିଳ୍ପରେ ଶ୍ରେଷ୍ଠ ଅଭ୍ୟାସକୁ ଉତ୍ସାହିତ କରୁଥିବା ବେଳେ ଉଦ୍ୟୋଗୀମାନଙ୍କ ପ୍ରେରଣାଦାୟୀ ଉଦ୍ୟମକୁ ତାହା ମାନ୍ୟତା ଦେଉଛି। ଆମର ବିଶ୍ବାସ ରହିଛି ଯେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ପ୍ରତି ବ୍ୟବସାୟ ଜଗତର ଯୋଗଦାନକୁ ମାନ୍ୟତା ପ୍ରଦାନ କରିବାରେ ଏହି ପୁରସ୍କାର ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ନବସୃଜନ, ଉଦ୍ୟମିତା ଓ ଷ୍ଟାର୍ଟଅପ୍‌ର ବିକାଶ ଓ ପ୍ରସାର ଦିଗରେ ଆଇଆଇଏମ୍ ସମ୍ବଲପୁରର ପଦକ୍ଷେପଗୁଡ଼ିକ ସମ୍ପର୍କରେ ନିର୍ଦ୍ଦେଶକ
ପ୍ରଫେସର ମହାଦେବ ଜୟସ୍ବାଲଙ୍କ
ସହ ଆଲୋଚନାର ସାରାଂଶ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।