ଧର୍ମ

ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ହୋଲି, ଜାଣନ୍ତୁ ଦେଶରେ ଆରମ୍ଭ ହେଲା କେବେ?

ରଙ୍ଗର ଉତ୍ସବ ହୋଲି ଫଗୁଣମାସ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଉଚ୍ଚାଙ୍ଗ ସଙ୍ଗୀତ ସାଙ୍ଗକୁ ଢୋଲ, ମାର୍ଦ୍ଦଳର ତାଳେ ତାଳେ ପରସ୍ପରକୁ ରଙ୍ଗ ଲଗେଇ ଅଭିନନ୍ଦନ ଜଣାଇବାର ଏହି ପର୍ବ ସାରା ଦେଶରେ ପାଳିତ ହୁଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହେଉଥିବା ଏହି ପର୍ବ ପୌରାଣିକ କଥା ହିରଣ୍ୟକଶ୍ୟପ ସହିତ ଜଡିତ।

ଏଥିଲାଗି ହୁଏ ହୋଲିକା ଦହନ
ପୌରାଣିକ କାଳରେ ହିରଣ୍ୟକଶ୍ୟପ ନାମରେ ଜଣେ ରାଜା ଥିଲେ। ତେବେ ତାଙ୍କ ଆଚରଣ ରାକ୍ଷସ ଭଳି ଥିଲା। ତା ସାନ ଭାଇ ହିରଣାକ୍ଷକୁ ଭଗବାନ ବିଷ୍ଣୁ ହତ୍ୟା କରିଥିଲେ। ଏଣୁ ସେ ବିଷ୍ଣୁଙ୍କ ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏଥି ନିମନ୍ତେ ଶକ୍ତି ପ୍ରାପ୍ତ କରିବା ଲାଗି ସେ ଦୀର୍ଘ ବର୍ଷ ତପସ୍ୟା ବି କରିଥିଲା। ବ୍ରହ୍ମାଙ୍କ ବର ପାଇ ନିଜକୁ ଭଗବାନ ମନେ କରିବାକୁ ଲାଗିଥିଲା ହିରଣ୍ୟକସ୍ୟପ।
ଏହି ଦୁଷ୍ଟ ରାଜାଙ୍କର ଏକ ପୁଅ ଥିଲା। ଯାହାର ନାମ ଥିଲା ପ୍ରହ୍ଲାଦ। ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲା। ସେ ତା ପିତାଙ୍କ କଟକଣା ମାନୁ ନଥିଲେ ଓ ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ। ଏଥିରେ କ୍ଷୁବ୍ଧ ରାଜା ପୁତ୍ରକୁ ହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଥିଲେ।

Cheerful and happy soiled friends throw bright paints on camera and smiling. Company of young people in sunglasses having fun with holi paints on spring summer festival. Holi party concept.

ଏଥିଲାଗି ସେ ଭଉଣୀ ହୋଲିକାକୁ ପ୍ରହ୍ଲାଦର ହତ୍ୟା ଲାଗି ନିୟୋଜିତ କରିଥିଲା। ହୋଲିକା ନିଆଁରେ ପୋଡିବ ନାହିଁ ବୋଲି ବରଦାନ ପାଇଥିଲା। ଏଣୁ ସେ ପୁତୁରା ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପ୍ରବେଶ କରିଥିଲା। ତେବେ ଏଥିରେ ସେ ସଫଳ ହୋଇନଥିଲା। ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦ ଜୀବିତ ବର୍ତ୍ତି ଯାଇଥିବା ବେଳେ ନିଆଁରେ ପୋଡି ହୋଲିକା ପାଉଁଶ ହୋଇଯାଇଥିଲା। ହୋଲିକାର ଏଭଳି ବିନାଶ ଅଧର୍ମ ବିରୋଧରେ ଧର୍ମର ଜୟ ହୋଇଥିଲା। ଏଣୁ ଦିନକୁ ମନେ ରଖିବା ଲାଗି ଦୋଳପୂର୍ଣ୍ଣିମାରେ ହୋଲିକା ଦହନ ପାଳିତ ହୋଇ ଆସୁଛି।

ଜାଣନ୍ତୁ କାହିଁକି ପାଳିତ ହୁଏ ହୋଲି
ଏହି ମାନ୍ୟତା ଭଗବାନ ବିଷ୍ଣୁଙ୍କ କୃଷ୍ଣ ଅବତାର ସମୟରୁ ଦେଶରେ ପ୍ରଚଳିତ ହୋଇଆସୁଛି। କୁହାଯାଏ କୃଷ୍ଣ ରଙ୍ଗରେ ହୋଲି ଖେଲୁଥିଲେ। ଏଣୁ ରଙ୍ଗର ଏହି ପର୍ବ ବେଶ ଲୋକପ୍ରୀୟତା ଅର୍ଜନ କରିଥିଲା। କୃଷ୍ଣ ବୃନ୍ଦାବନ ଓ ଗୋକୁଳରେ ରାଧା ଓ ଗୋପୀଙ୍କ ସହ ହୋଲି ପାଳନ କରୁଥିଲେ। ଏଥିରେ ସାରା ଗାଁ ବି ଜଡିତ ହୋଇଯାଉଥିଲା। ଏବେବି ବୃନ୍ଦାବନର ହୋଲି ସାରା ବିଶ୍ୱରେ ପ୍ରଶିଦ୍ଧ।
ଯିଶୁଙ୍କ ଜନ୍ମ ପୂର୍ବରୁ ଦେଶରେ ପାଳିତ ହେଉଛି ହୋଲି
ହୋଲି ହିନ୍ଦୁଙ୍କର ଏକ ପ୍ରାଚୀନ ପର୍ବ। କୁହାଯାଏ ଯୀଶୁଙ୍କ ଜନ୍ମର ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ହୋଲି ପାଳିତ ହେଉଥିଲା।

ଭାରତୀୟଙ୍କ ଏହି ପର୍ବର ପ୍ରତୀକ ବିଭିନ୍ନ ଦେବାଦେବୀ ମନ୍ଦିର ଗାତ୍ରରେ ବି ଖୋଦେଇ ହୋଇ ରହିଛି। ବିଜୟନଗରମ ରାଜଧାନୀ ହାମ୍ପିରେ ଷୋଡଶ ଶତାବ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ହୋଲି ପର୍ବ ପାଳନର ଉଦାହରଣ ଏବେବି ଦେଖିବାକୁ ମିଳୁଛି।
ଦିନିକିଆ ପର୍ବ ନୁହେଁ ହୋଲି

ଆମ ରାଜ୍ୟରେ ହୋଲି ଗୋଟିଏ ଦିନ ଖେଳାଯାଏ। ତେବେ ଦେଶର ବିଭିନ୍ନ ରାଜ୍ୟରେ ହୋଲିକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ଥିବା ବେଳେ ଲୋକେ ଦିନ ଦିନ ଧରି ହୋଲି ଖେଳିଥାନ୍ତି। ଲୋକେ ରାଧା ଓ କୃଷ୍ଣଙ୍କ ପ୍ରତିମାରେ ରଙ୍ଗ ପକାଇ ହୋଲି ଖେଳିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ