ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧବାଟରେ ଜଳିଗଲା ଦଦରା ଆମ୍ବୁଲାନ୍ସ,,ଗାଡ଼ିକୁ ଚାହିଁ ଚାହିଁ ରୋଗୀ ମୃତ

ବନ୍ଧୁଗାଁ : ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ବାଟରେ ହୁତୁହୁତୁ ହୋଇ ଜଳିଗଲା ଦଦରା ୧୦୮ ଆମ୍ବୁଲାନ୍ସ। ଏଣେ ଗାଡ଼ିକୁ ଅପେକ୍ଷା କରି କରି ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡ଼ା ଗାଁରେ। ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ରୋଗୀଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ସହ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି।

ସୂଚନା ଅନୁସାରେ ଗୁଲିମିଗୁଡ଼ାର ଉକ୍ତ ରୋଗୀଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରି ଡାକିଥିଲେ। ସୂଚନା ପାଇ ଆମ୍ବୁଲାନ୍ସ ବନ୍ଧୁଗାଁ ମେଡିକାଲରୁ ବାହାରିଥିଲା। କିନ୍ତୁ ଅଧବାଟରେ ସର୍ଟସର୍କିଟ ଯୋଗୁଁ ଗାଡ଼ି‌ଟି ଜଳିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏଣେ ଗାଡ଼ିକୁ ଅପେକ୍ଷା କରି କରି ଶେଷରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

କିଛି ଦିନ ତଳେ ଅନୁରୂପ ଏକ ଘଟଣା ଘଟିଥିଲା। ଦୀର୍ଘ ୧୭ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନଆସିବାରୁ ଏଠାରେ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିଲା। ଏହାର ବିସ୍ତୃତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ‌ପରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ତରବରିଆ ଭାବେ ବନ୍ଧୁଗାଁ ମେଡିକାଲକୁ ଉକ୍ତ ୧୦୮ ଆମ୍ବୁଲାନ୍ସ ପଠାଇଥିଲେ। ଗାଡ଼ିଟି ଭୁବନେଶ୍ବରରୁ ଏଠାକୁ ଆସିଥିଲା। ଗାଡ଼ିଟି ୧୭ ବର୍ଷର ପୁରୁଣା ଫିଟନେସ୍‌ ନଥିଲା। ଏହା ଜଣାପଡ଼ିବା ପରେ ପୁଣି ଏକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ତେବେ କର୍ତ୍ତୃପକ୍ଷ ଏଥି ପ୍ରତି ଗୁରୁତ୍ବ ଦେଇନଥିଲେ। କର୍ତ୍ତୃପକ୍ଷ ଚେତିଥିଲେ ଗୁଲିମିଗୁଡ଼ାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳି ନଥାନ୍ତା। ପରିତାପର ବିଷୟ ହେଲା ଗୁଲିମିଗୁଡ଼ାରେ ରୋଗୀ ମୃତ୍ୟୁ ଓ ଆମ୍ବୁଲାନ୍ସ ଅଧବାଟରେ ଜଳିଯିବା ବିଷୟ ବନ୍ଧୁଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ରଶ୍ମୀରଞ୍ଜନ ସାମଲ ଜାଣି ନଥିବା କହିଛନ୍ତି। ଏହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।