ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅତିରୁ ଇତି: ଅତ୍ୟଧିକ ଓଜନ ହ୍ରାସ କରି ମୃତ୍ୟୁ ମୁଖରେ ମହିଳା

ନୂଆଦିଲ୍ଲୀ: ଓଜନ ହ୍ରାସ କରିବାକୁ ଲୋକେ ବିଭିନ୍ନ ଉପାୟ ଅ‌ାପଣେଇଥାନ୍ତି। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଏକ ଭଲ କଥା। ମାତ୍ର ଅତ୍ୟଧିକ ଓଜନ ହ୍ରାସ ମୃତ୍ୟୁର ବି କାରଣ ବନିପାରେ। ଲୋକେ ଡାଏଟ୍‌, ବ୍ୟାୟାମ, ଯୋଗ ଆଦି ବିଭିନ୍ନ ପ୍ରକ୍ରିୟା ଆପଣେଇ ଓଜନ ହ୍ରାସ କରିଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି ଖାଦ୍ୟ ନଖାଇ ଓଜନ ହ୍ରାସ କରିବା କଥା ଚିନ୍ତା କରିଥାନ୍ତି, ଯାହାକି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ଯାହାର ଏକ ଜ୍ବଳନ୍ତ ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ। ଜଣେ ମହିଳା ନିଜକୁ ପତଳା କରିବା ଚକ୍କରରେ ୪୦ କିଲୋ ଓଜନ ହ୍ରାସ କରି ଏବେ ଏପରି ଦିଶୁଛନ୍ତି ଯେ ଯିଏ ଦେଖୁଛନ୍ତି ସେ ଡରି ଯାଉଛନ୍ତି। ମହିଳା ଜଣକ ତାଙ୍କର ସନ୍ତାନକୁ ଜନ୍ମ ଦେବା ପରେ ନିଜକୁ ପତଳା କରିବା ପାଇଁ ଚେଷ୍ଟା ଆରମ୍ଭ କରିିଥିଲେ। ପିଲା ଜନ୍ମ ଦେବା ପରେ ହିଁ ସେ ଖାଦ୍ୟ ଖାଇବା କମାଇ ପତଳା ହେବା ପଛରେ ପଡ଼ିଗଲେ। ସେ ଏତେ କମ୍‌ ଖାଦ୍ୟ ଖାଇଲେ ଯେ ୬୫ କିଲୋରୁ ୪୦ କିଲୋ ଓଜନ ହ୍ରାସ କରି ୨୫ କିଲୋର ପାଲଟିଗଲେ।

ମହିଳାଙ୍କ ଉଚ୍ଚତା ୧୬୫ ସେଣ୍ଟି ମିଟର୍‌। ମହିଳା ତାଙ୍କର ଦ୍ବିତୀୟ ପିଲାକୁ ଜନ୍ମ କରିବା ପରେ ହିଁ ପତଳା ହେବାକୁ ଚିନ୍ତା କରିଥିଲେ। ମହିଳାଙ୍କ ମାତ୍ରାଧିକ ଓଜନ ହ୍ରାସ କାରଣରୁ ଶାରୀରିକ ଓ ମାନସିକ ସମସ୍ୟା ବି ପରିଲକ୍ଷିତ ହୋଇଛି। ଏବେ ସେ ଡାକ୍ତର ପରାମର୍ଶ ନେଇ ନିଜକୁ ସୁସ୍ଥ କରିବା ପଛରେ ଧାଇଁଛନ୍ତି। ମହିଳାଙ୍କ ଏକ ଭୁଲ୍‌ ନିଷ୍ପତ୍ତି ଯୋଗୁ ତାଙ୍କୁ ଅନେକ ରୋଗ ମାଡ଼ିବସିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ