ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ପୁରସ୍କାର ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ପାଇଁ ଗତ ଜାନୁଆରି ୧୬ ତାରିଖରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ନୂତନ ନିୟମାବଳୀ ଘୋଷିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୬୦ କିମ୍ବା ତଦୂର୍ଦ୍ଧ୍ବ ବୟସ୍କ ପ୍ରଥିତଯଶା ଜୀବିତ ସାହିତ୍ୟିକଙ୍କ ସାମଗ୍ରିକ କୃତିକୁ ବିଚାରକୁ ନେଇ ଏକାଡେମୀର ସାଧାରଣ ପରିଷଦର ସଦସ୍ୟମାନେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ନାମ ନିର୍ଦ୍ଧାରିତ ଫର୍ମାଟ୍ରେ ଗୋପନୀୟ ଭାବେ ସଚିବଙ୍କ ନିକଟରେ ପ୍ରସ୍ତାବ ରଖିବାର ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ୟବସ୍ଥାରେ ଏକାଧିକ ଅସଙ୍ଗତି ରହିଛି। ଯାହାଙ୍କ ନାମ ପ୍ରସ୍ତାବ ଦିଆଯିବ, ତାଙ୍କ ବୟସର ପ୍ରମାଣପତ୍ର ସଂଲଗ୍ନ ଆବଶ୍ୟକ ବୋଲି ଉକ୍ତ ଫର୍ମାଟ୍ରେ ବ୍ୟବସ୍ଥା ରହିଛି। ଏଣେ ସମଗ୍ର ପ୍ରକ୍ରିୟାକୁ ଗୋପନୀୟ ରଖିବାକୁ ମଧ୍ୟ କହାଯାଇଛି। ସଂପୃକ୍ତ ପ୍ରଥିତଯଶା ସାହିତ୍ୟିକଙ୍କ ସହ ଯୋଗାଯୋଗ ନକରି ତାଙ୍କ ତରଫରୁ ତାଙ୍କ ବୟସର ପ୍ରମାଣପତ୍ର ଯୋଗାଡ଼ ସମ୍ଭବ କି ବୋଲି ପ୍ରଶ୍ନ ହୋଇଛି।
ପରିଣତ ବୟସର ଏକାଧିକ ସାହିତ୍ୟିକଙ୍କ ଆଶା ସଂଚାର ହେବା ପରେ ଚୂଡ଼ାନ୍ତ ତାଲିକାରେ ନିଜନିଜ ନାମ ନଥିବା ଜାଣିଲେ ସେମାନଙ୍କ ପାଇଁ ଅସ୍ବସ୍ତିକର ପରିସ୍ଥିତି ହେବା ସ୍ବାଭାବିକ। ତା’ଛଡ଼ା, ପୂର୍ବରୁ ନାମଗୁଡ଼ିକ ପ୍ରଘଟ ହେଲେ ପ୍ରିୟାପ୍ରୀତି ତୋଷଣର ଆଶଙ୍କା ମଧ୍ୟ ରହିବ। ଖାଲି ସେତିକି ନୁହେଁ, ଉକ୍ତ ସାରସ୍ବତ ସାଧକଙ୍କ ପୂର୍ବରୁ ପୁରସ୍କୃତ ବହିଗୁଡ଼ିକର ପ୍ରଚ୍ଛଦ ଓ ଇନର୍ ପୃଷ୍ଠାର ପ୍ରତିଲିପି ପ୍ରସ୍ତାବକଙ୍କୁ ଦେବାକୁ ହେବ -ଏହି ନିୟମ ମଧ୍ୟ ଅଡ଼ୁଆ ସୃଷ୍ଟି କରୁଛି। ତା’ଅର୍ଥ ୪୦ ବର୍ଷ ତଳର କୋଉ ଗୋଟେ ବହି ବଜାରରେ ଉପଲବ୍ଧ ନହେଲେ ତାକୁ ଉକ୍ତ ଲେଖକଙ୍କ କୃତି ବୋଲି ତାଲିକାଭୁକ୍ତ କରାଯାଇପାରିବ ନାହିଁ। ସେହିପରି ସଂପୃକ୍ତ ସାହିତ୍ୟିକଙ୍କ କୃତି ଅନ୍ୟ ଭାଷାକୁ ଅନୁବାଦ ହୋଇଥିବା ନେଇ ମୂଲ୍ୟାୟନ ପ୍ରକ୍ରିୟାରେ ୨୦ ନମ୍ବର ରଖାଯାଇଛି। ରାଜ୍ୟରେ ଏମିତି ଅନେକ ସାହିତ୍ୟିକ ଅଛନ୍ତି ଯେଉଁମାନଙ୍କ କୃତି ଅନ୍ୟ ଭାଷାରେ ଅନୂଦିତ ହୋଇଥିବ ବୋଲି କିଛି ମାନେ ନାହିଁ। ସେହି ଶ୍ରେଣୀର ବଡ଼ ସାହିତ୍ୟିକ ଉକ୍ତ ୨୦ ମାର୍କରୁ ବଞ୍ଚିତ ହେବା ଅଯୋୖକ୍ତିକ ବୋଲି ଅନେକ ମତ ଦିଅନ୍ତି।
ଏପରିକି ଏହି ପ୍ରକ୍ରିୟାରେ ପୂରା ୧୦୦ ନମ୍ବରର ମୂଲ୍ୟାୟନ ବ୍ୟବସ୍ଥା ହିଁ ତ୍ରୁଟିପୂର୍ଣ୍ଣ ବୋଲି କହାଯାଇଛି। ଜୁରୀର ଯୋଉ ସଦସ୍ୟମାନେ ଏହି ମାର୍କ ଦେବା ଦାୟିତ୍ବରେ ରହିବେ ସେମାନେ ପ୍ରସ୍ତାବ ଆସିଥିବା ପ୍ରଥିତଯଶା ସାହିତ୍ୟିକଙ୍କ ସାମଗ୍ରିକ କୃତିର ମୂଲ୍ୟାଙ୍କନ ପ୍ରକ୍ରିୟାରେ ରହିବାକୁ ଯୋଗ୍ୟ ତ ବୋଲି ମଧ୍ୟ ପ୍ରଶ୍ନ ହୋଇଛି। ଏହି ପୁରସ୍କାର ପାଇଁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ ହୋଇ ମଧ୍ୟ ଏ ଯାଏ ତାଲିକାଭୁକ୍ତ ହୋଇନଥିବା ଅଶୀତିପର ସାହିତ୍ୟକ ସୀତାକାନ୍ତ ମହାପାତ୍ର, ଜୟନ୍ତ ମହାପାତ୍ର, ଜେପି ଦାସ, ଦେବ୍ରାଜ ଲେଙ୍କା, ରମେଶ ପାଣିଗ୍ରାହୀ ପ୍ରମୁଖଙ୍କ ନାମ ଯଦି ପ୍ରସ୍ତାବକୁ ଆସେ ସେମାନେ ଏକାଡେମୀ ଚାହୁଥିବା ନଥିପତ୍ର ପ୍ରସ୍ତାବକଙ୍କୁ ଦେବାକୁ ରାଜି ହେବେ ତ? ଯଦିବା ସେମାନେ ରାଜି ହୁଅନ୍ତି, ଥରେ ତାଙ୍କ ନାମ ଆଲୋଚନାକୁ ଆସିବା ପରେ ପୁଣି ସେମାନେ ବାଦ୍ ପଡ଼ିବା ଉଚିତ ହେବ ତ?
ଆହୁରି ମଧ୍ୟ ଏତେ ବଡ଼ ପୁରସ୍କାରକୁ ଏକାସାଙ୍ଗେ ତିନିବର୍ଷ(୨୦୨୧, ୨୨ ଓ ୨୩)ର ଦେବାପାଇଁ ନିଷ୍ପତ୍ତି ମଧ୍ୟ ଭ୍ରମାତ୍ମକ। ଗୋଟିଏ ବର୍ଷର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ପରବର୍ତ୍ତୀ ବର୍ଷ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ପ୍ରଥମ ବର୍ଷ ପାଇଁ ଯୋଗ୍ୟ ଘୋଷିତ ସାହିତ୍ୟିକଙ୍କ ନାମ ଆଉ ଅଯଥାରେ ପରବର୍ତ୍ତୀ ବର୍ଷ ପାଇଁ ପ୍ରସ୍ତାବ ଭାବେ ଆସନ୍ତା ନାହିଁ। ଫଳରେ ଅବଶିଷ୍ଟ ଯୋଗ୍ୟ ଲୋକଙ୍କ ମଧ୍ୟରୁ ପ୍ରସ୍ତାବଗୁଡ଼ିକ ଆସିଲେ ଚୟନ ସହଜ ହୁଅନ୍ତା। ତେଣୁକରି ତୁରନ୍ତ ଏହିସବୁ ତ୍ରୁଟିବିଚ୍ୟୁତି ସଂଶୋଧନ କରିବାକୁ ଦାବି ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l