ଖେଳ ଦେଶ ବିଦେଶ

ଅଣ୍ଡର-୧୯ ବିଶ୍ୱକପ : ୫ ଓ୍ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ, ସେମିଫାଇନାଲରେ କଲା ଏଣ୍ଟ୍ରି

କୁଲିଜ,୩୦/୦୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାଂଲାଦେଶକୁ ପରାସ୍ତ କରିଥିଲା ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୧ ଓଭରରେ ୧୧୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଦଳ ପକ୍ଷରୁ ଏସଏମ ମେହରବ ୩୦, ଐଚ ମୁଲା ୧୭, ଆଶିକୁର ଜମାନ ୧୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ରବି କୁମାର ୧୪ ରନ୍‌ରେ ୩ଟି ଓ ଭିକି ଓସ୍ୱାଲ ୧୬ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ । ଜବାବରେ ଭାରତ ସହଳ ପ୍ରଥମ ୱିକେଟ୍‌ ହରାଇଥିଲା । ଓପନର ହାରନୁର ସିଂହ ଖାତା ଖୋଲି ପାରି ନଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶେଖ ରସିଦ ଅପରାଜିତ ଓପନର ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ ।

ଉଭୟ ଦଳୀୟ ସ୍କୋରକୁ ୭୦ରେ ପହଞ୍ଚାଇବା ପରେ ଦ୍ୱିତୀୟ ୱିକେଟ୍‌ର ପତନ ଘଟିଥିଲା । ୪୪ ରନ୍‌ କରି ରଘୁବଂଶୀ ଆଉଟ୍‌ ହୋଇଥିଲେ। ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରସିଦ ୨୬, ସିଦ୍ଧାର୍ଥ ଯାଦବ ୬, ରାଜ ବାୱା ୦ ରନ୍‌ କରି ଆଉଟ୍‌ ହୋଇଥିଲେ । ୯୭ ରନ୍‌ରେ ଭାରତ ୫ଟି ୱିକେଟ୍‌ ହରାଇଥିଲା । ଅଧିନାୟକ ୟଶ ଧୂଲ ଓ କୌଶଲ ତାମ୍ବେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭାରତ ୩୦. ୫ଓଭରରେ ବିଜୟ ହାସଲ କରିଥିଲା । ପଞ୍ଚମ ବଲ୍‌ରେ ତାମ୍ବେ ଛକା ମାରିଥିଲେ । ସେ ୧୧ ଓ ଧୂଲ ୨୦ ରନ୍‌ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ରିପୋନ ମଣ୍ଡଳ ୪ଟି ୱିକେଟ୍‌ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ