ରାଜ୍ୟ

‘ଅଣସୂପକାର ବଢ଼ାଉଛନ୍ତି ଅବଢ଼ା ଦର’, ୫ବର୍ଷ ବିତିଲା, ଦର ତାଲିକା ଲାଗିଲାନି

ପୁରୀ : ଅସହ୍ୟ ହେଉଛି ଅବଢ଼ା ଦର। କୁଡ଼ୁଆ ମାପ ଅନୁଯାୟୀ ଦରରେ ରହୁନି ତାଳମେଳ। ପର୍ବ ପର୍ବାଣୀ ଆସିଲେ ଅବଢ଼ା କିଣିବା ବେଳକୁ ଦର ଶୁଣି ମୁଣ୍ଡ ଘୂରାଇ ଦେଉଛି। ଅବଢ଼ା ଖାଇବା ପରେ କିମ୍ବା ଅବଢ଼ା କିଣି ଆନନ୍ଦ ବଜାରରୁ ଫେରିବା ବେଳେ ଅନେକ ଭକ୍ତ ଏଭଳି କ୍ଷୋଭଭରା ଅନୁଭୂତି ନେଇ ଫେରୁଛନ୍ତି। କେବଳ ସେତିକି ନୁହେଁ, ଯଦି କେହି ଉତ୍ତର ଦ୍ବାର ନିକଟରେ ଛିଡ଼ା ହୋଇ ଅବଢ଼ା ପାଇଁ ବରାଦ ଦେଉଛି ତେବେ ଆନନ୍ଦବଜାରରୁ ଉତ୍ତର ଦ୍ବାର ନିକଟକୁ ଅବଢ଼ା ଆସିବା ବେଳକୁ ଦର ୨ ଗୁଣା ହୋଇଯାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆନନ୍ଦବଜାରରେ ୨୦୧୮ ମସିହାରୁ ଦର ତାଲିକା ଲାଗିବା ନେଇ ପରୀକ୍ଷାମୂଳକ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଲା ନାହିଁ। ଫଳରେ ଯିଏ ଭଲ ପରସତିଆଙ୍କ ହାବୁଡ଼ରେ ପଡ଼ିଲା ସେ ଉଚିତ ମୂଲ୍ୟରେ ଅବଢ଼ା କିଣି ସେବନ କରୁଛନ୍ତି, କିନ୍ତୁ ଯିଏ ମଧ୍ୟସ୍ଥିଙ୍କ ଜାଲରେ ଫସିଲା ସେ ଚଢ଼ା ଦର ଦେଇ ଶୋଷଣର ଶିକାର ହେଉଛନ୍ତି। ବିଡ଼ମ୍ବନା ହେଲା ସୁଆର ମହାସୁଆର ନିଯୋଗ ଅବଢ଼ା ଦର ତାଲିକା ପ୍ରସ୍ତୁତ ଓ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି। କିନ୍ତୁ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଇନାହିଁ।

The New Indian Express

ସୁଆର ମହାସୁଆର ନି‌ଯୋଗର ସମ୍ପାଦକ ନାରାୟଣ ମହାସୁଆରଙ୍କ କହିବା ମୁତାବକ, ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଭକ୍ତ ମହାପ୍ରସାଦ ସେବନ କରିବାକୁ ଓ କିଣି ନେବାକୁ ଆନନ୍ଦବଜାରକୁ ଆସନ୍ତି। ମାତ୍ର ଅଧିକାଂଶ ଭକ୍ତ ସିଧାସଳଖ ଅବଢ଼ା କିଣିବା ପୂର୍ବରୁ ମଧ୍ୟସ୍ଥିଙ୍କ ହାବୁଡ଼ରେ ପଡ଼ିଯାଆନ୍ତି। ଶ୍ରୀ ମହାସୁଆରଙ୍କ ଭାଷାରେ ଏହି ମଧ୍ୟସ୍ଥିମାନେ ହେଉଛନ୍ତି, ଦଲାଲ ତଥା ଅଣସୂପକାର। ଅବଢ଼ା କିଣିବାକୁ ଆସୁଥିବା ଭକ୍ତ ଓ ଅବଢ଼ା ବିକ୍ରି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଣସୂପକାର ଭାଗ ବସୁଥିବାରୁ ଭକ୍ତମାନେ ଅବଢ଼ା ଉଚିତ ଦରରେ କିଣିପାରୁନାହାନ୍ତି ବୋଲି କହିଛନ୍ତି। ଆନନ୍ଦବଜାରରେ ମୋଟ୍‌ ୭୦ଟି ସ୍ଥାନରେ ଅବଢ଼ା ବିକ୍ରି ପାଇଁ ସ୍ଥାନ ଦିଆଯାଇଛି। କିନ୍ତୁ ସେଥିମଧ୍ୟରୁ ଦୈନିକ ୪୦ରୁ ୫୦ଟି ଖୋଲୁଛି। ମାତ୍ର ଏହା ମଧ୍ୟରେ ମଧ୍ୟସ୍ଥିଙ୍କ ସଂଖ୍ୟା ପାଖାପାଖି ୩ଶହ। ଏହି ମଧ୍ୟସ୍ଥିମାନେ ଆନନ୍ଦ ବଜାର ଭିତରେ ଓ ଉତ୍ତରଦ୍ବାର ନିକଟରେ ଭକ୍ତମାନଙ୍କ ସହ ମୂଲଚାଲ କରିଥାଆନ୍ତି। ଏହାର ସମାଧାନ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି କରାଯାଇଥିଲା। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ଲାଗି ୧୨ ଜଣ ସୂପକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଯୁକ୍ତି ଦେବା ପାଇଁ ନିବେଦନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ନିଯୋଗଠାରୁ ୧୨ ଜଣଙ୍କ ତାଲିକା ଓ ସେମାନଙ୍କ ପରିଚୟପତ୍ର ମଗାଯାଇଥିଲା। ନିଯୋଗ ୧୨ ଜଣଙ୍କ ନାମ ତାଲିକା ପ୍ରଦାନ କରିଛି। ମାତ୍ର ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଲା ନାହିଁ।

ଶ୍ରୀମନ୍ଦିରରେ କରୋନା ପରଠାରୁ କେବଳ ପୂର୍ବ ଦ୍ବାର ତଥା ସିଂହଦ୍ବାର ଦେଇ ପ୍ରବେଶ ଅନୁମତି ରହିଥିବାରୁ ନିୟମିତ ବ୍ୟବଧାନରେ ଅବଢ଼ା ଖାଉଥିବା ପୁରୀର ବାସିନ୍ଦାମାନେ ସିଂହଦ୍ବାରବାଟେ ଯାଇ ଅବଢ଼ା କିଣିବା ସମ୍ଭବ ହେଉନାହିଁ। ତେଣୁ ସେମାନେ ଉତ୍ତର ଦ୍ବାର ନିକଟରେ ବାଧ୍ୟ ହୋଇ ମଧ୍ୟସ୍ଥିମାନଙ୍କ ସହଯୋଗ ନେଉଛନ୍ତି। ଫଳରେ ଚଢ଼ା ଦର ଦେଇ ଅବଢ଼ା କିଣିବାକୁ ପଡ଼ୁଛି। ନାରାୟଣ ମହାସୁଆର କହିଛନ୍ତି, ଏ ସମସ୍ୟାର ସମାଧାନ ପାଇଁ ଉତ୍ତର ଦ୍ବାର ନିକଟରେ ସୁଆର ମହାସୁଆର ନିଯୋଗର ଏକ କ୍ୟାମ୍ପ କରିବାକୁ ପ୍ରସ୍ତାବ ଦେଇଥିଲୁ। ସେଠାରେ ନିଯୋଗର କିଛି କର୍ମକର୍ତ୍ତା ରହି ଭକ୍ତମାନଙ୍କ ସହ ସିଧାସଳଖ ଅବଢ଼ା କିଣିବା ନେଇ ଯୋଗାଯୋଗ କଲେ ଆଉ ଠକାମିର ଶିକାର ହେବେ ନାହିଁ ବୋଲି ମଧ୍ୟ କହିଥିଲୁ। କିନ୍ତୁ ଏ ସମ୍ପର୍କରେ ମଧ୍ୟ ପ୍ରଶାସନ କୌଣସି ନିଷ୍ପତ୍ତି ନେଲା ନାହିଁ ବୋଲି ସେ କହିଛନ୍ତି।

business.site

ଅନ୍ୟପକ୍ଷରେ ୨୦୧୮ ମସିହା ନଭେମ୍ବର ମାସରେ ଶ୍ରୀମନ୍ଦିରରେ ଅବଢ଼ା ଦର ଲାଗିବା ନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପରୀକ୍ଷାମୂଳକ ଭାବେ ପ୍ରଥମେ ନୃସିଂହ ମନ୍ଦିର ଓ ପରେ କୋଠଭୋଗରେ ଅବଢ଼ା ରୋଷେଇ କରି ଦର ଧାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ବାରମ୍ବାର ବିବାଦର ସୂତ୍ରପାତ ହେଲା। କୋଠଭୋଗ ସୁଆରଙ୍କ ଅସହଯୋଗ ‌ଯୋଗୁ ଏହା ଅଟକିଥିଲା। ଆପୋସ ବୁଝାମଣା ପରେ ସୁଆର ମହାସୁଆର ନିଯୋଗ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ବରାଦି ଅବଢ଼ା ରୋଷେଇ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଚାଉଳ, ଡାଲି, ଘିଅ, ପରିବା ଯୋଗାଇ ଦେଇଥିଲା। ଏଥିରେ କାନିକା, ଖେଚୁଡ଼ି, ଡାଲି, ଡାଲମା, ବେସର, ମହୁର ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା। ଅବଢ଼ା ରୋଷେଇରେ ଯେଉଁମାନେ ସମ୍ପୃକ୍ତ ଓ ଉପସ୍ଥିତ ଥିଲେ ସେମାନେ ସପ୍ତାହେ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବା ପରେ କୁଡ଼ୁଆ ଓ ରୋଷେଇ ସାମଗ୍ରୀର ଖର୍ଚ୍ଚକୁ ହିସାବକୁ ନେଇ ଦରଦାମ ଉପରେ ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହେଲା। ମାତ୍ର ୫ ବର୍ଷ ପରେ ମଧ୍ୟ ନିଷ୍କର୍ଷ ବାହାରି ପାରିଲାନି କି ଦର ଧାର୍ଯ୍ୟ ହୋଇପାରିଲାନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।