ଅପରାଧ ରାଜ୍ୟ

ଅଢେଇ କୋଟି ଟଙ୍କାର ସୁନା ଓ ରୂପା ଜବତ, ଜିଏସ୍‌ଟି ଫାଙ୍କି ହେଉଥିଲା ଚାଲାଣ !

ବ୍ରହ୍ମପୁର ୦୨।୧୦ : ବିପୁଳ ପରିମାଣର ସୁନା ସହ ରୂପା ଜବତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ଦ୍ୱାରା ୩ କେଜି ସୁନା ଏବଂ ୧୭ କେଜି ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ସହ ତିନି ଜଣଙ୍କ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍‌ କାର । ଏଥିରେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ରହିଥିଲା । ଜିଏସ୍‌ଟି ଫାଙ୍କି ଗାଡିରେ ଆସୁଥିବାର ସୂଚନା ପାଇଥିଲା ଗୋଳନ୍ଥରା ପୋଲିସ । ଏହିକ୍ରମରେ ଅଧାରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ସମୟରେ ପୋଲିସକୁ ୩ କେଜି ସୁନା ଏବଂ ୧୭ କେଜି ରୂପା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହିପରି ଭାବେ ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ ଓ ଅବକାରି ଗୁଇନ୍ଦା ବିଭାଗ I

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।