ବାସୁଦେବପୁର ୦୬/୧୦: ବାସୁଦବେପୁର ଥାନା ସମିଆ ଛକ ନିକଟରେ ଗୋ ମାଂସ ଓ ଗୋ ଚମଡା ବୋଝେଇ ଏକ ଡାଲା ଅଟୋ ଜବତ ହୋଇଛି । ଗାଡିକୁ ଗ୍ରାମବାସୀ ମାନେ ଅଟକ କରି ଥାନାରେ ଜିମା ଦେଇଛନ୍ତି ।
ଗୁରୁବାର ସକାଳେ ଉକ୍ତ ଡାଲା ଅଟୋଟିରେ ଗୋ ଚମଡା ସହିତ କିଛି ଗୋ ମାଂସକୁ ବସ୍ତାରେ ଭର୍ତ୍ତି କରି ବାଲେଶ୍ୱର ଜିଲ୍ଲା ସାସପୁରା ଅଂଚଳରୁ ସାବରପୁର ଅଂଚଳକୁ ଆସୁଥିଲା । ସମିଆ ଛକ ନିକଟରେ ମା ଦୁର୍ଗାଙ୍କ ଭସାଣି ଉତ୍ସବ ଚାଲିଥିବା ସମୟରେ ଉକ୍ତ ଗାଡିଟି ଦ୍ରୁତି ଗତିରେ ଉକ୍ତ ସ୍ଥାନରୁ ଖସିବାକୁ ଚେଷ୍ଟା କରୁଥିଲା । ତେବେ ଉକ୍ତ ଅଟୋରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସନ୍ଦେହ ଗ୍ରାମବାସୀ ମାନେ ଅଟକାଇଥିଲେ । ଡ୍ରାଇଭର ଅମଜାଦ୍ଙ୍କୁ ପଚରା ଉଚରା କରିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ କିଛି ଯୁବକ ଗାଡିକୁ ଭଙ୍ଗାରୁଜା କରିବା ସହିତ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ପରେ ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ଡ୍ରାଇଭର ସମେତ ଉକ୍ତ ଗୋ ମାଂସ ଓ ଗୋ ଚମଡା ଗାଡିକୁ ଥାନାକୁ ନେଇଯାଇଛି ।