ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଜବ ପରମ୍ପରା, ଯେଉଁଠାରେ ବାହାଘର ପୂର୍ବରୁ ଜନ୍ମ କରିବାକୁ ପଡେ ଛୁଆ

ଆଜିକାଲି ଯୁଗ ଯେତେ ଆଧୁନିକ ହେଲେ ବି ସମାଜରେ ଅନେକ କାମକୁ ପାପ ବୋଲି କୁହାଯାଏ । ଆଜି ବି ଲୋକମାନେ ପ୍ରେମକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଏହା ଖୋଲାଖୋଲି ଭାବେ ଚାଲିଛି । ସେଠାକାର ପରମ୍ପରା ବିଷୟରେ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଲିଭ-ଇନ୍ ରିଲେସନସିପରେ ରହିବା ପାପ ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା । ରାଜସ୍ଥାନର ଉଦୟପୁରରେ ସିରୋହୀ ଓ ପାଲୀ ଜିଲ୍ଲାରେ ଗରାସୀୟା ନାମକ ଆଦିବାସୀ ରହୁଛନ୍ତି । ସେଠାରେ ବାହାଘର ପୂର୍ବରୁ ଛୁଆ ଜନ୍ମ କରିବା ବି ଭୁଲ୍ ନୁହେଁ, ବରଂ ଏହା ନିଜ ଇଛା ଉପରେ ନିର୍ଭର କରିଥାଏ । ସେଠାରେ ଝିଅମାନଙ୍କ ପାଖରେ ନିଜ ସାଥୀଙ୍କୁ ସମ୍ପୂର୍ଣ୍ଣ ରାଜି କରାଇ ବାହାଘର ପାଇଁ ହଁ କରାଇବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ସେମାନଙ୍କୁ ବାହାଘର ପୂର୍ବରୁ ଛୁଆ ଜନ୍ମ କରିବାକୁ କୁହାଯାଏ ।

ଉଦାୟରଣ ସ୍ୱରୂପ, ଉଦୟପୁରର ନାନିଆ ଓ କାଳୀ ଯେତେବେଳେ ବିବାହ କରିଥିଲେ, ସେତେବେଳେ ସେମାନଙ୍କ ୩ ପୁଅ ମଧ୍ୟ ସେମାନଙ୍କ ଲିଭ-ଇନ୍ ପାର୍ଟନରଙ୍କୁ ବିବାହ କରିଥିଲେ । ଏଥିରୁ ସ୍ପଷ୍ଟ ଯେ, ଏଠାରେ ତୁମେ ଯେତେଦିନ ଚାହିଁବ ରିଲେସନସିପରେ ରହିପାରିବ । ପାର୍ଟନରଙ୍କ ସହିତ ବାହାହେବାକୁ ଚାହୁଁନଥିଲେ ବି ଆପଣ ଗୋଟିଏ ଛାତ ତଳେ ରିଲେସନସିପରେ ରହିପାରିବେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ