ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଚଳ ଶ୍ରୀକ୍ଷେତ୍ର: ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌, ଗାଡ଼ିର ଲମ୍ବା ଧାଡ଼ି

ପୁରୀ : ଛୁଟିଦିନରେ ଅଚଳ ହେଲା ଶ୍ରୀକ୍ଷେତ୍ର। ଭିଡ଼ରେ ଫସିଲେ ଭକ୍ତ, ପର୍ଯ୍ୟଟକ ଓ ଅଞ୍ଚଳବାସୀ। ସେ ପୁରୀ ବେଳାଭୂମି ହେଉ କି ବଡ଼ଦାଣ୍ଡ। ମେଡିକାଲ୍‌ ଛକ, ମଙ୍ଗଳଘାଟ ହେଉ କି ଅଠରନଳା, ବୀରହରେକୃଷ୍ଣପୁର, ସବୁଠି ଆଜି ଲୋକେ ଟ୍ରାଫିକ୍‌ ଯନ୍ତ୍ରଣା ଭୋଗିଛନ୍ତି। ଏଥିପାଇଁ ବିଭିନ୍ନ ଛକରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ମାଇଲ୍‌ ମାଇଲ୍‌ ବାଟ ଧରି ଚାରିଚକିଆ ଓ ବଡ଼ ଗାଡ଼ିର ଲମ୍ବାଧାଡ଼ି ସବୁଠି ଲାଗିଥିଲା। ଛୁଟିଦିନରେ ଏଭଳି ଭିଡ଼ ଓ ଟ୍ରାଫିକ୍‌ ଅବ୍ୟବସ୍ଥାକୁ ନେଇ ଲୋକେ ପୁଲିସ ପ୍ରଶାସନର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନର ଅପାରଗତା ପାଇଁ ପୁରୀ ବୁଲି ଆସୁଥିବା ପର୍ଯ୍ୟଟକମାନେ ଭିଡ଼ ଭିତରେ ଫସି ନକରାତ୍ମକ ଭାବନା ନେଇ ଫେରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଆଗକୁ ନୂଆବର୍ଷ ଥିବାରୁ ସହର ଭିତରେ ଅସମ୍ଭାଳ ଭିଡ଼ ଲାଗିବ। ଏହା ପୂର୍ବରୁ ଟ୍ରାଫିକ୍‌ର ବିକଳ୍ପ ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି। ଗତକାଲି ମାସର ଚତୁର୍ଥ ଶନିବାର ଓ ରବିବାର ଥିଲା। ଏ ଦୃଷ୍ଟିରୁ ଚାକିରିଆମାନେ ନୂଆବର୍ଷ ଛୁଟି କଟାଇବାକୁ ସପରିବାର ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଛନ୍ତି। ମଙ୍ଗଳାଘାଟ, ବୀରହରେକୃଷ୍ଣପୁର, ଭୂଦାନ ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପୁରୀକୁ ପ୍ରବେଶ କରୁଛନ୍ତି। କିନ୍ତୁ ରବିବାର ଦିନ ସବୁ ପ୍ରବେଶ ପଥରେ ଟ୍ରାଫିକ୍‌ ବ୍ୟବସ୍ଥା ଅଣାୟତ ଥିବା ଦେଖିବାକୁ ମିଳିଥିଲା। ସହରର ଛାତି ଉପରେ ଥିବା ମେଡିକାଲ୍‌ ଛକରେ ଚାରିପାର୍ଶ୍ବରୁ ଗାଡ଼ିର ଲମ୍ବାଧାଡ଼ି ଲାଗିଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ସିଂହଦ୍ବାର ହଜାର ହଜାର ଲୋକେ ଭିଡ଼ ଲଗାଇଥିଲେ। ଏଥିପାଇଁ ମେଡିକାଲ୍‌ ଛକ, ମାର୍କେଟ୍‌ ଛକ, ମରିଚିକୋଟ ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଭିଆଇପି ରୋଡ୍‌, ବେଳାଭୂମି ରାସ୍ତାର ଦିଗବାରେଣି ଛକରେ ବି ପ୍ରବଳ ଭିଡ଼ ରହିଥିଲା। ମଙ୍ଗଳାଘାଟ ଛକରେ କେବେ ବି ଅଧିକ ଭିଡ଼ ରୁହେନି। କିନ୍ତୁ ଆଜି ବ୍ରହ୍ମଗିରିରୁ ଭାୟା ମଙ୍ଗଳାଘାଟ, ଜଟିଆ ବାବାଜୀ ଛକରୁ ପୁରୀ, ଷ୍ଟର୍ଲିନ୍‌ରୁ ବୀ‌ରହରେକୃଷ୍ଣପୁର ରାସ୍ତା, ଚାରିପାର୍ଶ୍ବରୁ ଏହି ରାସ୍ତାରେ ହଜାର ହଜାର ଗାଡ଼ି ଯା’ଆସ ପାଇଁ ଭିଡ଼ ଲଗାଇଥିଲେ। ବେଳାମାର୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରୁ ଆରମ୍ଭ କରି ଲାଇଟ୍‌ହାଉସ୍‌ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ରହିଥିଲା।

ବହୁଦିନରୁ ଏହି ଟ୍ରାଫିକ୍‌ ଅବ୍ୟବସ୍ଥା ଲାଗି ରହିଥିବାରୁ ଅଞ୍ଚଳବାସୀ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କଲେଣି। କିନ୍ତୁ ପୁଲିସ ପ୍ରଶାସନ ଏହାକୁ ଗୁରୁତ୍ବ ଦେଉନଥିବାରୁ ଭିଡ଼ ଦିନକୁ ଦିନ ବଢ଼ୁଛି, କମିବାକୁ ନାଁ ଧରୁନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।