ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଙ୍ଗୁର ଚାଷ କରି ନିଜ ମୃତ ସ୍ବାମୀଙ୍କ ଉପରେ ଥିବା ୩୦ ଲକ୍ଷ ଟଙ୍କାର ଋଣ ଶୁଝିଲେ ପତ୍ନୀ

ନାସିକ: କଠିନ ପରିଶ୍ରମ ଆଗରେ ଯେକେହି ବି ହାରି ଯାଇପାରେ, ଅଭାବ ତ ଖୁବ୍‌ ସାନ‌ କଥା। କେବଳ ପରିଶ୍ରମ ନୁହେଁ, ଦୃଢ଼ ଇଚ୍ଛା ଶକ୍ତି ରଖିଲେ ଯେକେହି ବି ସଫଳତାର ମଜା ଚାଖି ପାରନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି ନାସିକ ବାସିନ୍ଦା ସଂଗୀତା ବୋରାଷ୍ଟେ। ନିଜ ମୃତ ସ୍ବାମୀଙ୍କ ମୁଣ୍ଡ‌ରେ ଥିବା ୩୦ ଲକ୍ଷ ଟଙ୍କାର ଋଣ ଭାରକୁ ଅଙ୍ଗୁର ଚାଷ କରି ଦୂରେଇ ପାରିଛନ୍ତି ସଂଗୀତା। ସେ ନାସିକର ନିଫାଦ ତାଲୁକାରେ ଅଙ୍ଗୁର ଚାଷ କରି ସଂପୃକ୍ତ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି।

ସଂଗୀତାଙ୍କ ସ୍ବାମୀ ଥିଲେ ଜଣେ ବ୍ୟାଙ୍କ୍‌ କର୍ମଚାରୀ। ସଂଗୀତା ପ୍ରଥମେ ପ୍ରଥମେ ଅଙ୍ଗୁର ଚାଷ କରି ବହୁତ କ୍ଷତି ସହିଥିଲେ। ପରେ ଚାଷ ପାଇଁ ବ୍ୟାଙ୍କ୍‌ ଚାକିରି ଛାଡ଼ି ଦେଇଥିଲେ ସଂଗୀତାଙ୍କ ସ୍ବ‌ାମୀ। ସେ କହନ୍ତି କି ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ୨୦୧୪ ମସିହା ପରଠାରୁ ଚାଷରୁ ତାଙ୍କର ଭଲ ଦି’ପଇସା ଲାଭ ହେଲା। ତା’ ପୂର୍ବରୁ ବଞ୍ଚିବା ପାଇଁ ତାଙ୍କୁ ଜମି ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା।

ସଂଗୀତା କହନ୍ତି ତାଙ୍କ ଚାଷ ଟିକେ ଭଲ କରି ହେବାର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଗଲା। ତାଙ୍କର ଏବେ ୩ଟି ଝିଅ ଓ ଜଣେ ପୁଅ ଅଛନ୍ତି। ସଂଗୀତାଙ୍କ ସ୍ବାମୀ ଯିବା ସଙ୍ଗେ ସଙ୍ଗେ ସଂଗୀତାଙ୍କ ପାଇଁ ଛାଡ଼ିଗଲେ ୩୦ ଲକ୍ଷ ଟଙ୍କାର ଋଣ।

ସଂଗୀତାଙ୍କ ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଛି। ଚାଷ କରି ଏତେ ଟଙ୍କା କେମିତି ସୁଝିବେ? ସେ ତାଙ୍କର ପୂର୍ବ ଦିନକୁ ସବୁ ମନେ ପକାଇ ନିଜକୁ ଦୃଢ଼ କଲେ। ପରିସ୍ଥିତିକୁ ମୁକାବିଲା କରିବାର ସାହସ ବାନ୍ଧି ସଂଗୀତା ତାଙ୍କ ପୁଅ ଓ ପୁତୁରାଙ୍କ ସହ ମିଶି ଚାଷ ଉପରେ ବେଶି ଧ୍ୟାନ ଦେଇ ଚାଲିଲେ। ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ