ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଗ୍ନିଶମ ବିଭାଗର ରଥଯାତ୍ରା ପ୍ରସ୍ତୁତି: ୫ଶହରୁ ଊର୍ଦ୍ଧ୍ବ ଆଗ୍ନିକ ସଜାଗ

ପୁରୀ : ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ। ଏ ସମୟରେ ଅଗ୍ନି ଦୁର୍ଘଟଣା ସହ ଅନ୍ୟାନ୍ୟ ଅସମ୍ଭାବ୍ୟ ଅଘଟଣକୁ ଆଖିଆଗରେ ରଖି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏହାର ପ୍ରସ୍ତୁତିକୁ ବ୍ୟାପକ କରିଛି।

ରଥଯାତ୍ରା ସମୟରେ ରଥର ଚତୁଃପାର୍ଶ୍ବ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଏହାର ନିରାପତ୍ତା ସୁନିଶ୍ଚିତ କରାଯାଇଛି। ସମୁଦ୍ର ସ୍ନାନ ସମୟରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଉଦ୍ଧାର କାର୍ଯ୍ୟ ଓ ଆହତଙ୍କୁ ଡାକ୍ତରଖାନକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥିତ କରାଯାଇଛଇ। ସେହିପରି ପ୍ରବଳ ରୌଦ୍ରତାପ ସମୟରେ ଶ୍ରଦ୍ଧାଳୁମାନଙ୍କୁ ରକ୍ଷା କରିବା ପାଇଁ ସୁବାସିତ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଦୁର୍ଘଟଣା ଘଟିଲେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା, ମନ୍ଦିର ଓ ରଥ ସମ୍ମୁଖରେ ଦୀପ ଜାଳୁଥିବା ଭକ୍ତମାନଙ୍କୁ ସଚେତନ କରାଇବା, ପାଣିରେ ବୁଡ଼ିଯାଉଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅଗ୍ନିଶମ ସେବା ସଂସ୍ଥା ୫ଶହରୁ ଊର୍ଦ୍ଧ୍ବ କର୍ମଚାରୀ, ୫୭ଟି ବହୁମୁଖୀ ଯାନ, ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ, ଅତ୍ୟାଧୁନିକ ଉଦ୍ଧ‌‌ାର ଯନ୍ତ୍ରାଂଶ ଓ ଉପକରଣଗୁଡ଼ିକୁ ବିଭିନ୍ନ ଅସ୍ଥାୟୀ କେନ୍ଦ୍ରମାନ ଖୋଲାଯାଇ ମୁତୟନ କରାଯାଇଛି। ଆଗ୍ନିକମାନଙ୍କୁ ସିଂହଦ୍ବାର, ତିନି ରଥ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପଲ୍ଲୀଶ୍ରୀ ମେଳା, ସମୁଦ୍ରତଟ ମୁଖ୍ୟ ଜଳଉତ୍ସନିକଟରେ ନିମନ୍ତେ ମୁତୟନ କରାଯି।। ଏମାନଙ୍କୁ ୭୦ ଜଣ ବରିଷ୍ଠ ପଦାଧିକାରୀ ନିୟନ୍ତ୍ରଣ କରିବେ।

ଏଥିନିମନ୍ତେ ୨ଟି ନିୟନ୍ତ୍ରଣ କକ୍ଷ, ପୁରୀ ଅଗ୍ନିଶମ କେନ୍ଦ୍ର ଓ ଶ୍ରୀଜଗନ୍ନାଥ ମନ୍ଦିର ଅଗ୍ନିଶମ କେନ୍ଦ୍ରଠାରେ ଦିନରାତି କାର୍ଯ୍ୟ କରିବ ଓ କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ସହ ସମସ୍ତ ଘଟଣା ଉପରେ ନଜର ରଖିବ। ଏହା ସହ ପୁରୀ ଜିଲ୍ଲା ଓ ଏହାର ଆଖପାଖରେ ଥିବା ସମସ୍ତ କେନ୍ଦ୍ରଗୁଡ଼ିକ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରପ୍ରାପ୍ତ ମୁଖ୍ୟ ଅଗ୍ନିଶମାଧିକାରୀ ଦେବେନ୍ଦ୍ର କୁମାର ସ୍ବାଇଁ ସାମଗ୍ରିକ ଭାବେ ସମସ୍ତ ବ୍ୟବସ୍ଥାର ପରିଚାଳନା ଦାୟିତ୍ବ ନିର୍ବାହ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।