ମେଷ:~ ମିତ୍ର ଗୃହରେ ରାଶ୍ୟାଧିପତି ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୩
ଗୃହିଣୀ- ମିତ୍ର ସୁଖ ପାଇବେ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।
ବୃଷ:~ କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକ ପଡିପାରେ।
ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।
କର୍ମଜୀବି- ଅର୍ଥ ହାନୀ ହେବ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।
ମିଥୁନ:~ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ସାମାଜିକ ସ୍ତରରେ ଦୀର୍ଘ ଦିନର ଶତ୍ରୁତା ବିବାଦିୟ ପରିସ୍ଥିତି ସୃଷ୍ଟି କରିପାରେ। ବନ୍ଧୁଙ୍କ ପରାମର୍ଶ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।
ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ।
କର୍ମଜୀବି- ଜଳଯାତ୍ରା ମନା।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।
କର୍କଟ:~ ପାରିବାରିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟତା ହରାଇବାକୁ ପଡିବାର ଆଶଙ୍କା ରହିଛି। ଆଜି ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସି ରହିବ।
ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୨
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।
କର୍ମଜୀବି- ଅର୍ଥ ହାନୀ ହେବ।
ବ୍ୟବସାୟୀ- ଅର୍ଥ ହାନୀ ହେବ।
ଗୃହିଣୀ- ସୁଖ ଅନୁଭବ କରିବେ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ।
ସିଂହ:~ ବ୍ୟବହାରରେ ନିୟନ୍ତ୍ରଣ ନ ରଖିଲେ ପ୍ରତ୍ୟେକ କାମରେ ବ୍ୟତିକ୍ରମ ଲାଗି ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ତଥା ପ୍ରତିଦ୍ୱନ୍ଦିତାରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି।
ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୫
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।
କନ୍ୟା:~ ଫାଇଦା ହାସଲ ପାଇଁ ସମ୍ପର୍କୀୟମାନେ ଫନ୍ଦିଫିକର ଲାଗି ମନ ବଳାଇ ପାରନ୍ତି। ଆଶା ପୂରଣ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି।
ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୭
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।
ଚାଷୀ- ଶ୍ରମ ସାର୍ଥକ ହେବ।
ତୁଳା:~ ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅଶାନ୍ତିଜନିତ ଦୁଃଖୀ ହୋଇପାରନ୍ତି। ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୩
ଗୃହିଣୀ- ଧାର୍ମିକ ହେବେ।
ବ୍ୟବସାୟୀ- ବିଜୟୀ ହେବେ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।
ବିଛା:~ ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା କଷ୍ଟକର ହୋଇପଡିବ। ବହୁତ ଝଡଝଞ୍ଜା ମଧ୍ୟ ଦେଇ ହାତକୁ ନେଇଥିବା କାମଟିକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଶୁଭ ରଙ୍ଗ:~ ମେରୁନ୍ ଶୁଭ ଅଙ୍କ:~ ୬
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।
କର୍ମଜୀବି- ଅର୍ଥ ମିଳିବ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।
ଧନୁ:~ ଧନାଧିପ ରାଶିରେ ରହି ଅର୍ଥ ପ୍ରାପ୍ତିର ମାର୍ଗକୁ ସୁଗମ କରିବେ। କଠୋ ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆଜି ଆପଣଙ୍କୁ ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡିପାରେ। ନୂତନ ଗୃହରାମ୍ଭ, ଜମିଜମା କାରବାର ସକାଶେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ।
ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୦୪
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।
ମକର:~ ଆଜିର ସକାଳୁଆ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ହାସଲ କରିବେ।
ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୩
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।
କର୍ମଜୀବି- ପ୍ରମୋସନ୍ ମିଳିବ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ।
ଗୃହିଣୀ- ସଦିଚ୍ଛା ଭାବ ରହିବ।
କୁମ୍ଭ:~ ପାରିବାରିକ ଆର୍ଥିକ ଅବନତିର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି। ଶାରୀରିକ ସୁସ୍ଥତା ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସୁସ୍ଥତାର କାରଣ ହେବ। ଆଜି ଦିନରେ ପରିବାର, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ।
ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୫
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।
ମୀନ:~ ସୁଚିନ୍ତିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ। ପରିବାରରେ ଭୁଲ୍ ବୁଝାମଣାଜନିତ ବନ୍ଧୁ ସମ୍ପର୍କରେ ଅବନ୍ନତି ଘଟିପାରେ।
ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।
କର୍ମଜୀବି- ସମ୍ମାନିତ ହେବେ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।
ଗୃହିଣୀ- ସୁଖଭାରା ଦିନଟି।