ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅକ୍ସିଜେନ୍‌ ଲଗାଇଲେନି ଆମ୍ବୁଲାନ୍ସ କର୍ମଚାରୀ ! ଚାଲିଗଲା ନାବାଳିକାଙ୍କ ଜୀବନ : ମେଡିକାଲରେ ଉତ୍ତେଜନା

ଅନୁଗୁଳ ୨୮।୧୧ : ଆମ୍ବଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ମେଡିକାଲ ଆଗରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାୟୀ, ନନ୍ଦିପଦା ଥାନା ଖେତୁଆଲୀ ଗାଁର ବସନ୍ତ ବେହେରାଙ୍କ ୧୧ବର୍ଷିୟା ଝିଅ ସ୍ୱପ୍ନାମୟୀ ଶ୍ୱାସ ଜନିତ ସମସ୍ୟାରୁ ଗୁରୁତର ହୋଇପଡିଥିଲେ । ଚିକିତ୍ସା ନିମନ୍ତେ ମେଡିକାଲକୁ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସସ ସହାୟତା ମାଗିଥିଲେ । ମେଡିକାଲ ଯିବା ବାଟରେ ଝିଅଟି ନିଶ୍ୱାସ ନେବାରେ ଅସୁବିଧା ନେବାରୁ କଷ୍ଟ ଅନୁଭବ କରିଥିଲେ । ଯାହାପରେ ଝିଅର ମାଆ ଅକ୍ସିଜେନ୍ ଲଗାଇବାକୁ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଅନୁରୋଧ କରିଥିଲ । କିନ୍ତୁ କର୍ମଚାରୀଜଣଙ୍କ କୌଣସି କଥା ଶୁଣିନଥିଲେ ।

ମା ଜଣଙ୍କ ଯେତେ ନେହୁରା ହୋଇଥିବା ବି ଆମ୍ବଲାନ୍ସ କର୍ମଚାରୀ କୌଣସୀ କଥା ଶୁଣିନଥିଲେ । ଶେଷରେ ମେଡିକାଲରେ ପହଞ୍ଚିବା ବେଳକୁ ଝିଅଟିର ମୃତ୍ୟୁ ହୋଇଯାଇଥିଲା । ଅବହେଳା ଲାଗି ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଓ ଗ୍ରାମବାସୀମାନେ ମେଡିକାଲରେ ପହଞ୍ଚି ଉତ୍ତେଜନା ଆରମ୍ଭ କରିଥିଲେ । ଘଟଣାସ୍ଥଳର ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସୂଚନା ମିଳିଛି । ତେବେ ସରକାରଙ୍କ ପକ୍ଷରୁ ରୋଗୀ ସେବା ପାଇଁ ଯୋଜନା ରହିଛି । କିନ୍ତୁ ସେ ଯୋଜନା ଯଦି ଠିକ୍‌ ସମୟରେ କାମରେ ନଲାଗିବ , ତେବେ ସେ ଯୋଜନା କାହା ପାଇଁ ବୋଲି ସ୍ଥାନୀୟଲୋକ ପ୍ରଶ୍ନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ