ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅକ୍ସଫୋର୍ଡ଼-ଆଷ୍ଟ୍ରାଜେନିକା କରୋନା ଟିକାକୁ ବ୍ରିଟେନର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାର ଭୟ ମଧ୍ୟରେ ଆସିଲା ଭଲ ଖବର । ଅକ୍ସଫୋର୍ଡ- ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଆଷ୍ଟ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇସାରିଛି । ଟିକାର ଗୁଣବତ୍ତା ଓ ନିରାପତ୍ତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛି।

ବ୍ରିଟେନର ଔଷଧ ନିୟାମକ ମେଡିସିନସ ଆଣ୍ଡ୍ ଓ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନସି ଏ ନେଇ ଆବଶ୍ୟକ ଅନୁମିତ ଦେଇଛି । ବ୍ରିଟେନ ସରକାର ଆଷ୍ଟ୍ରାଜେନିକାର ୧୦ କୋଟି ଡୋ୍ଜ୍ କିଣିବାକୁ ବରାଦ ଦେଇସାରିଛନ୍ତି । ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ଅନୁମତି ପରେ ଭାରତ ବି ଏହାକୁ ଅନୁମତି ଦେବା ଆଶା ବଢିଛି । ବର୍ତମାନ କରୋନାର ନୂଆ ଷ୍ଟ୍ରେନ ବିଶ୍ୱବାସୀଙ୍କ ଚିନ୍ତାକୁ ବଢାଇଦେଇଛି । ଏଥିପାଇଁ ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ବ୍ରିଟେନ ଓ ଆମେରିକାରେ ବଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି।

ଭାରତରେ ଆସନ୍ତା ମାସରୁ ଟିକାକରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖବର ଅନୁସାରେ, ଆସନ୍ତା ମାସରେ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । କମ୍ପାନୀ ସମସ୍ତ ତଥ୍ୟ ଦେବା ପରେ ଭାରତର କେନ୍ଦ୍ରୀୟ ଔଷଧ ମାନବ ନିୟନ୍ତ୍ରଣ ସଙ୍ଗଠନ ଏହାକୁ ଅନୁମତି ଦେବ । ଦେଶରେ ୬ରୁ ଅଧିକ ଟିକାର ପ୍ରସ୍ତୁତି ଓ ପରୀକ୍ଷା ଚାଲିଥିବାବେଳେ କୌଣସି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ତେଣୁ ପ୍ରଥମ ଟିକା ଭାବେ କୋଭିସିଲ୍ଡକୁ ଅନୁମତି ମିଳିବା ସମ୍ଭାବନା ରହିଛି । କୋଭିସିଲ୍ଡ କମ ଆୟକାରୀ ଦେଶ ପାଇଁ ଉପ ଯୋଗୀ ସାବ୍ୟସ୍ତ ହେବା ଆଶା କରାଯାଉଛି । ଏହା ସବୁଠାରୁ ଶସ୍ତା ଓ ସାଧାରଣ ଫ୍ରିଜରରେ ମଧ୍ୟ ଅଧିକ ସମୟ ରହିପାରିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ