ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀରେ ଲାଗିଲା କଟକଣା : ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର-ରବିବାର ବନ୍ଦ, ମା’ ତାରାତାରିଣୀ ପୀଠ ବୁଧବାର ବନ୍ଦ

ବ୍ରହ୍ମପୁର ୯।୪: କୋଭିଡ୍ ସ୍ଥିତି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଗୋପାଳପୁର ଏବଂ ସୋନପୁର ବେଳାଭୂମି ଶନିବାର ଓ ରବିବାର ବନ୍ଦ ରହିବ । ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ ଓ ତାମ୍ପରା ସୋମବାର ବନ୍ଦ ରହିବ । ମା’ ତାରାତାରିଣୀ ପୀଠ ବୁଧବାର ବନ୍ଦ ରହିବ । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା କଟକଣାକୁ ବେଖାତିର କରି ସିଲ୍‌ ହେଲା କଟକର ମହିନ୍ଦ୍ରା କୋଚିଂ ସେଣ୍ଟର୍‌

କଟକ: ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରକୁ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି କଟକ ମହାନଗର ନିଗମ(ସିଏମ୍‌ସି) । ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରରେ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । କୋଚିଂ ସେଣ୍ଟରର କ୍ଲାସରେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସି ପାଠ ପଢୁଥିଲେ ବୋଲି ଅଭିଯୋଗ ଆସିବା ପରେ ସିଏମ୍‌ସି ଏହି ପଦକ୍ଷେପ ଗ୍ରହଣ କରିଛି। ଅଭିଯୋଗ ଆସିବା […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଜ୍ୟାକଲିନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍

ବି-ଟାଉନ୍‌ର ଜଣକ ପରେ ଜଣେ ଅଭିନେତା କରୋନାରେ ସଂକ୍ରମିତ ହେଉଥିବା ବେଳେ ଅନେକ କଳାକାର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସଙ୍ଗରୋଧରେ ରଖି କୋଭିଡ୍‌ ଟେଷ୍ଟ କରାଉଛନ୍ତି। ଗତ ରବିବାର ଚଳଚ୍ଚିତ୍ର ‘ରାମସେତୁ’ର ସୁଟିଂ ବେଳେ କରୋନା ଆକ୍ରାନ୍ତ ହୋଇଥିବା ଅଭିନେତା ଅକ୍ଷୟ କୁମାର ଏବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୁରସତ୍ ଭରୁଚା ନିଜକୁ ଗୃହ ସଙ୍ଗରୋଧରେ ରଖିବା ସହ କରୋନା ପରୀକ୍ଷଣ କରାଇଥିଲେ। ତେବେ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଟାଇଗର୍‌ଙ୍କ ସାର୍ଟଲେସ୍ ଫଟୋ ଦେଖି ଦିଶା ଦି​ଵାନୀ

ବଲିଉଡ୍‌ର ଆକ୍ସନ ଷ୍ଟାର୍ ଟାଇଗର୍‌ ଶ୍ରଫ୍‌ଙ୍କ ସାର୍ଟଲେସ୍ ଫଟୋ ଦେଖି ଅଭିନେତ୍ରୀ ଦିଶା ପଟ୍ଟାନି ଦିୱାନୀ ହୋଇଯାଇଛନ୍ତି। ଅଭିନୟ ଜୀବନରୁ ନିଜ ପାଇଁ କିଛି ସମୟ ବାହାର କରି ସମୁଦ୍ରକୂଳରେ ଛୁଟି ମନାଉଥିବା ଟାଇଗର୍‌ଙ୍କ ଖୋଲା ଦେହ ସାଙ୍ଗକୁ ୬ ପ୍ୟାକ୍ ଚେହେରାକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି। କିଛି ଯୁବତୀ ଟାଇଗର୍‌ଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିବା ସହିତ ତାଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତେବେ ଟାଇଗର୍‌ଙ୍କ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ସୂର୍ଯ୍ୟବଂଶୀ ପରେ ଥଲାଇବି, ରାଧେ ଓ ସତ୍ୟମେବ ଜୟତେ-୨ର ମୁକ୍ତିଲାଭକୁ ନେଇ ସଂକଟ

କରୋନା ଯୋଗୁଁ ଗତବର୍ଷ ଚଳଚ୍ଚିତ୍ର ଶିଳ୍ପ ବିପୁଳ କ୍ଷତି ସହିବା ସହ ଅନେକ ଚଳଚ୍ଚିତ୍ର ସୁଟିଂ ହୋଇପାରିନଥିଲା। ସେଥିପାଇଁ ମୁକ୍ତିଲାଭ ମଧ୍ୟ ହୋଇପାରିନଥିଲା। ତେବେ ବର୍ତ୍ତମାନ ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇସାରିଛି। ଯେଉଁଥିପାଇଁ ଅନେକ ଚଳଚ୍ଚିତ୍ର ଅଭିନେତା କରୋନା ସଂକ୍ରମିତ ହୋଇ ସୁଟିଂ ବନ୍ଦ ରଖିଛନ୍ତି। ପ୍ରଥମେ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ ହେବାରୁ ସୂର୍ଯ୍ୟବଂଶୀର ସୁଟିଂ ଅଧାରେ ରହିଥିଲା। ଯେଉଁଥିପାଇଁ ଏହା ଆଉ ମୁକ୍ତିଲାଭ କରିବ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆସନ୍ତାକାଲି ହେବାକୁ ଥିବା ବାରୁଣୀ ସ୍ନାନ ବନ୍ଦ: ସଂପୃକ୍ତ ଅଞ୍ଚଳରେ ୧୪୪ ଜାରି କଲା ଜିଲ୍ଲା ପ୍ରଶାସନ

ଯାଜପୁରସଦର: ଆସନ୍ତାକାଲି ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ଅନୁସ‌ାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିବାର ଥିବାରୁ […]

ଖେଳ ଦେଶ ବିଦେଶ

ଆଇପିଏଲ ଉପରେ କରୋନା ଛାଇ, ବିମାନବନ୍ଦରରେ ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ବିସିସିଆଇର ଅନୁରୋଧ

ମୁମ୍ବାଇ, ୦୮।୦୪: ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ । ଏହାମଧ୍ୟରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଖେଳାଳି, ଫ୍ରାଞ୍ଚାଇଜି, କର୍ମଚାରୀ ଓ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଅନ୍ୟମାନେ ଭୟ ଓ ଚିନ୍ତାରେ ରହିଛନ୍ତି । ଅନେକ ଖେଳାଳି, ସହଯୋଗୀ ଷ୍ଟାଫ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେଣି । ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ସମସ୍ତେ ବାୟୋ ବବଲରେ ରହିବେ । ଖେଳ ଦେଖିବା ପାଇଁ ମଇଦାନରେ […]

ଖେଳ ଦେଶ ବିଦେଶ

ଆଇପିଏଲ ଉପରେ କରୋନା ଛାଇ, ବିମାନବନ୍ଦରରେ ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ବିସିସିଆଇର ଅନୁରୋଧ

ମୁମ୍ବାଇ, ୦୮।୦୪: ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ । ଏହାମଧ୍ୟରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଖେଳାଳି, ଫ୍ରାଞ୍ଚାଇଜି, କର୍ମଚାରୀ ଓ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଅନ୍ୟମାନେ ଭୟ ଓ ଚିନ୍ତାରେ ରହିଛନ୍ତି । ଅନେକ ଖେଳାଳି, ସହଯୋଗୀ ଷ୍ଟାଫ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେଣି । ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ସମସ୍ତେ ବାୟୋ ବବଲରେ ରହିବେ । ଖେଳ ଦେଖିବା ପାଇଁ ମଇଦାନରେ […]

ଖେଳ ଦେଶ ବିଦେଶ

IPLକୁ ଇର୍ଷା କରୁଛନ୍ତି ଆଫ୍ରିଦି, କହିଲେ ଅନ୍ତରାଷ୍ଟ୍ରୀୟ ଖେଳ ଉପରେ ଭାରି ପଡୁଛି T-20

ନୂଆଦିଲ୍ଲୀ ୮/୪: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ IPL T-20 । ହେଲେ ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବୟାନ ରଖିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦି । ସେ କହିଛନ୍ତି ଅନ୍ତରାଷ୍ଟ୍ରୀୟ ଖେଳ ଉପରେ ପ୍ରଭାବ ପକାଉଛି T-20 କ୍ରିକେଟ୍ । ଏହା ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର । ଏଇ ନିକଟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ-ସାଉଥ ଦିନିକିଆ ସିରିଜ୍ । ତେବେ ତୃତୀୟ ଏବଂ ଶେଷ୍ ମ୍ୟାଚ୍ ଥିଲା ଅତ୍ୟନ୍ତ […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ ୦୮/୦୪ : ଦେଶରେ କରୋନା ମହାମାରୀ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। କରୋନା ମହାମାରୀ ବିପଦ ବଢ଼ିବାରେ ଲାଗିଥିବା ବେଳେ କିଛି ନେତା ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି। କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିବେ। କିନ୍ତୁ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ […]