ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟକୁ ଆସୁଛି ଆଉ ୨ ଲକ୍ଷ ୫୦ ହଜାର ଟିକା, ସବୁ ଜିଲ୍ଲାକୁ ବଣ୍ଟନ କରାଯିବ

ଭୁବନେଶ୍ବର ୧୦।୪: ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । କିଛି ସମୟ ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ସୂଚନା ମିଳିଛି । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି ଆସିସାରିଛି । ରବିବାର ଟିକା ଉତ୍ସବ ପାଳନ ହେବ । ସବୁ ଟିକା କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍ କଟକଣା କଡାକଡି, ଅମାନିଆଙ୍କୁ ଛାଡ ନାହିଁ : ୨୪ ଘଣ୍ଟାରେ ଆଦାୟ ହେଲା ୩୯ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୦/୦୪: ରାଜ୍ୟରେ କରୋନା ମାମଲା ବଡିବାରେ ଲାଗିଛି । ଗତ ୨ ଦିନରେ ୨୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ତରଫରୁ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ କଡାକଡି କରାଯାଇଛି । କିନ୍ତୁ କିଛି ଅମାନିଆ ଏହାକୁ ମାନୁ ନାହାଁନ୍ତି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଗତ ୨୪ ଘଣ୍ଟାରେ ପୋଲିସ ୧୨୧୪୫ ଜଣ ଅମାନିଆଙ୍କୁ ଘରିଛି । […]

କଳା ଓ ସଂସ୍କୃତି ଧର୍ମ

ବାରୁଣୀ ବୁଡ଼ର ବୃତ୍ତାନ୍ତ

ଆମର ଶାସ୍ତ୍ରୀୟ ବିଧାନରେ ଅନ୍ୟାନ୍ୟ ସ୍ନାନଯୋଗ ପରି ‘ବାରୁଣୀ ସ୍ନାନଯୋଗ’ ବି ଅଛି। ଚୈତ୍ର କୃଷ୍ଣ ତ୍ରୟୋଦଶୀରେ ବିଶେଷ ସ୍ଥିତିରେ ଏହି ସ୍ନାନଯୋଗ ପଡ଼େ। ଓଡ଼ିଆରେ ଏହା ‘ବାରୁଣୀ ବୁଡ଼’। ‘ବାରୁଣୀ’ର ଅନେକ ଅର୍ଥ ଅଛି। ଗୋଟିଏ ଅର୍ଥ ହେଉଛି- ସେ ବରୁଣଙ୍କର କନ୍ୟା। ଦେବତା ଓ ଅସୁରଙ୍କୁ ନେଇ ଯେଉଁ ସାଗର ମନ୍ଥନ ହୋଇଥିଲା, ସେଥିରୁ ଚନ୍ଦ୍ର, ଅମୃତ, ଅପ୍‌ସରା, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ ଓ ଲକ୍ଷ୍ମୀ ଆଦିଙ୍କ ପରି, ବାରୁଣୀ ମଧ୍ୟ ବାହାରିଥିଲେ। […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଜିପ୍ଟ୍‌ରେ ଉତ୍‌ଖନନ ହେଲା ୩୦୦୦ ବର୍ଷ ପୁରାତନ ‘ପ୍ରାଚୀନ ସ୍ୱର୍ଣ୍ଣିମ ନଗର’

କାଇରୋ: ଲକ୍ସର୍‌ର ଦାକ୍ଷିଣାତ୍ୟ ନଗରରେ ଗୋଟାଏ ୩୦୦୦ ବର୍ଷ ପୁରାତନ ‘ପ୍ରାଚୀନ ସ୍ୱର୍ଣ୍ଣିମ ନଗର’ ଉତ୍‌ଖନନ କରାଯାଇଛି ବୋଲି ଗୁରୁବାର ଦିନ ପ୍ରତ୍ନତାତ୍ତ୍ୱିକ ଅଭିଯାନ କହିଛି। ବାଳକ ରାଜା ତୁତାନଖାମେନ୍‌ଙ୍କ ସମାଧି ଚିହ୍ନଟ କରାଯିବା ପର ଠାରୁ ଏହି ନଗରୀର ସନ୍ଧାନ ମିଳିବା ଇଜିପ୍ଟରେ ଆଉ ଏକ ଉଲ୍ଲେଖନୀୟ ଘଟଣା ହୋଇପାରେ ବୋଲି କୁହାଯାଉଛି। ‘ଆଟେନ୍‌’ ନାମକ ଏହି ବିସ୍ମୃତ ନଗରୀକୁ ପ୍ରାଚୀନ ମିଶର୍‌ର ୧୮ତମ ରାଜବଂଶର ନବମ ରାଜା ତୃତୀୟ ଆମେନ୍‌ହୋତେପ୍‌ ସ୍ଥାପନ କରିଥିଲେ ବୋଲି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ହଜାରେ ଟପିଲା ସଂକ୍ରମିତଙ୍କ ସଂଖ୍ୟା: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତକାଲି କରୋନା ସଂକ୍ରମଣ ୮୭୯ ରହିଥିବା ବେଳେ ଆଜି ରାଜ୍ୟରେ ଏକ ହଜାର ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫୫ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ କଟକଣା ଭିତରେ ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଅନୁମତି

ଭୁବନେଶ୍ବର: ରୁକୁଣା ରଥକୁ ନେଇ ବିଏମସି ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଏଥର ରୁକୁଣା ରଥଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଉପସ୍ଥିତିରେ ହେବ ରଥ ଯାତ୍ରା। ଏହାଛଡ଼ା ୪୮ ଘଣ୍ଟା ସେବାୟତଙ୍କ ଆରଟିପିସିଆର୍ ଟେଷ୍ଟ ପୂର୍ବରୁ କରାଯିବା ଲାଗି ସ୍ଥିର ହୋଇଛି। ନେଗେଟିଭ ଆସିଥିବା ସେବାୟତ ହଁଇ ଯୋଗଦେବେ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେବାୟତମାନଙ୍କର ଦୈନିକ ଭିତ୍ତିରେ ଥର୍ମାଲ୍ ସ୍କ୍ରିନିଂ କରିବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏଠାରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପଶ୍ଚିମ ଓଡିଶାରେ ବଢୁଛି କରୋନା ସଂକ୍ରମଣ, ଖାଲି ହେଉଛି ହଷ୍ଟେଲ

ସୁନ୍ଦରଗଡ ୯।୪: ପଶ୍ଚିମ ଓଡିଶାରେ କରୋନା ସ୍ଥିତି ସଙ୍ଗୀନ । ବଢିବାରେ ଲାଗିଛି ପଜିଟିଭଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡିଶା । ସୁନ୍ଦରଗଡରେ ପ୍ରତ୍ୟେକ ଦିନ ପଜିଟିଭ ଚିହ୍ନଟ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ନବମ ଓ ଏକାଦଶ ଶ୍ରେଣୀ ଛୁଟି କରିଛନ୍ତି । ସୁନ୍ଦରଗଡରେ ଥିବା ବିଭିନ୍ନ ଆବାସିକ ବିଦ୍ୟାଳୟ ସହ କଲେଜ ଛୁଟି କରି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖାଲି କରାଯାଉଛି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଏଥର ବାରୁଣୀ ମେଳା ବନ୍ଦ, ଘାଟରେ ଜାରି ହେଲା ୧୪୪ ଧାରା

ଯାଜପୁର ୯।୪: ଯାଜପୁରରେ ବାରୁଣୀ ମେଳାକୁ ବନ୍ଦ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତ୍ୟେକ ବର୍ଷ ମହାସମାରୋହରେ ବାରୁଣୀ ବୁଡ଼ ସହ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ପୂର୍ବବର୍ଷ କରୋନା ମହାମାରୀ ପାଇଁ ଏହି ବାରୁଣୀ ମେଳା ବନ୍ଦ ଥିଲା । ସେହିପରି ଶୁକ୍ରବାର ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ କରାଯିବା ସହ ଘାଟ ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ୧୪୪ […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ପ୍ରତିବାଦ

ଭୁବନେଶ୍ବର ୯।୪: ଶିକ୍ଷାନୁଷ୍ଠାନ ବନ୍ଦ ପ୍ରତିବାଦରେ ତାତିଲେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ଆଗକୁ ପରୀକ୍ଷା ଥିବାବେଳେ କରୋନା ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶର ପ୍ରତିବାଦ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ପ୍ରତିବାଦ ଜଣାଇ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ‌ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ଲାକାର୍ଡ ଓ ବ୍ୟାନର […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, କରୋନା ସଂପର୍କରେ ଦେଇପାରନ୍ତି ପରାମର୍ଶ

ଭୁବନେଶ୍ବର ୯।୪: ପୁଣି ଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା […]