Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ପର୍ଯ୍ୟଟନ ଋତୁରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର
    ରାଜ୍ୟ

    ପର୍ଯ୍ୟଟନ ଋତୁରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର

    NewsLaxmi7By NewsLaxmi7November 28, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ : ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ବି ଲୋକାରଣ୍ୟ ପାଲଟୁଛି। ବିଶେଷକରି ବେଳାଭୂମିରେ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସମୁଦ୍ରର ନୃତ୍ୟରତ ଜଳରାଶିରେ ଜଳକ୍ରୀଡ଼ା ଉପଭୋଗ କରିବାକୁ ଭିଡ଼ ହେଉଛି। ପୂର୍ବରୁ କେବଳ ଜେଟ୍‌ ସ୍କାଏ ରାଇଡ୍‌ର ସୁଯୋଗ ଥିଲେ ହେଁ ଏବେ ଏଥିରେ ଯୋଡ଼ି ହୋଇଛି ପାରାସେଲିଂ, ବାନାନା ବୋଟ୍‌ ରାଇଡ୍‌ସ ଓ ଅଲ୍‌ ଟେରେନ ବାଇକ୍‌ (ଏଟିବି) ରାଇଡ୍‌ସ। ବେଳାଭୂମି ପର୍ଯ୍ୟଟନକୁ ଆକର୍ଷଣୀୟ କରିବା ପାଇଁ ଏହି ପଦକ୍ଷେପ ନେଇଛି ପର୍ଯ୍ୟଟନ ବିଭାଗ।

    ହୋଟେଲ୍‌ ପିଙ୍କ୍‌ ହାଉସ୍‌ ସମ୍ମୁଖରେ କେବଳ ଜେଟ୍ ସ୍କାଏ ରାଇଡ୍‌ସର ମଜା ନେଉଥିଲେ ପର୍ଯ୍ୟଟକ। ୫ଶହ ଟଙ୍କା ବିନିମୟରେ ପର୍ଯ୍ୟଟକମାନଙ୍କୁ ଜେଟ୍‌ ସ୍କାଏ ଚଳାଇବାର ଅବସର ମିଳୁଛି। କୋଭିଡ୍‌ ଯୋଗୁ ଅଢ଼େଇ ବ‌ର୍ଷ ହେଲା ବନ୍ଦ ରହିବା ପରେ ଏବେ ପୁଣି ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ସିଙ୍ଗିଲ୍‌-ୱିଣ୍ଡୋ ସିଷ୍ଟମ୍‌ରେ ପୁରୀ ସି-ଫେରାରସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହି ଜଳକ୍ରୀଡ଼ା ପରିଚାଳନା କରିବାକୁ ଦାୟିତ୍ବ ଦିଆଯାଇଛି। ୧୮୦୦ ସିସି ବିଶିଷ୍ଟ ଏହି ଜେଟ୍ ସ୍କାଏର ଗତି ଓ ସମୁଦ୍ରର ଲହଡ଼ି ଭାଙ୍ଗି ଜେଟ୍‌ ସ୍କାଏ ଚଳାଇବାର ମଜା ନେବା ପାଇଁ ପର୍ଯ୍ୟଟକମାନେ ବେଶ୍‌ ଆଗ୍ରହ ଦେଖାଉଛନ୍ତି। ଯଦିଓ ବେଳାଭୂମିରେ ୫ଟି ଜୋନ୍‌ରେ ଏହି ସୁବିଧା ମିଳିବା ନେଇ ଯୋଜନା ହୋଇଛି। କିନ୍ତୁ ଏବେ ମାତ୍ର ୨ଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ ହୋଇଛି। ମୁମ୍ବାଇର ଆମ୍ଫିଟ୍ରାଇଟ୍‌ ସବ୍‌-ସି ପ୍ରାଇଭେଟ ଲିମିଟେଡ୍ ଦ୍ବିତୀୟ ଏଜେନ୍ସି ଭାବେ ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ପୁରୀ ବେଳାଭୂମିରେ ଜଳକ୍ରୀଡ଼ାର ଆରମ୍ଭ କରିଛି। ତାରା ପ୍ୟାଲେସ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି ଜଳକ୍ରୀଡ଼ାରେ ପାରାସେଲିଂ, ବାନାନା ବୋଟ ରାଇଡ୍‌ସ ଓ ଏଟିବି ସାମିଲ୍‌ ହୋଇଛି।

    ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି, ବେଳାଭୂମିର ଆକର୍ଷଣକୁ ଦ୍ବିଗୁଣିତ କରିବା ପାଇଁ ଜଳକ୍ରୀଡ଼ା ଏକ ନିଆରା ବିକଳ୍ପ। ଗୋଆ, ଆଣ୍ଡାମାନ, ଋଷିକେଶ, ଲାକ୍ଷାଦୀପ ସମେତ ଦେଶର ଅନ୍ୟ ବେଳାଭୂମିରେ ଜଳକ୍ରୀଡ଼ା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ପୁରୀ ବେଳାଭୂମିରେ ମଧ୍ୟ ଜଳକ୍ରୀଡ଼ାକୁ ବ୍ୟାପକ କରିବା ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟକମାନେ ଯେପରି ଠକାମିର ଶିକାର ନହୁଅନ୍ତି ସେଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ଏକ ଟିମ୍‌ ବେଳେବେଳେ ଜଳକ୍ରୀଡ଼ା ହେଉଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ପର୍ଯ୍ୟଟକଙ୍କ ମତାମତ ନେଉଛନ୍ତି। ଏହାଦ୍ବାରା ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ବହୁ ସମୟ ଯାଏ ବେଳାଭୂମିରେ ପର୍ଯ୍ୟଟକମାନେ ସମୟ ବିତାଉଛନ୍ତି। ଜଳକ୍ରୀଡ଼ାରେ ରୁଚି ରଖୁଥିବା ନୂଆନୂଆ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇଛି। ଏହାଦ୍ବାରା କ୍ଷୁଦ୍ର ବ୍ୟବସାୟୀଙ୍କଠୁ ନେଇ ହୋଟେଲ୍‌ ବ୍ୟବସାୟ ବୃଦ୍ଧି ପାଇଛି। ପୁରୀ ଅର୍ଥନୀତିରେ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବା ବେଳେ ନୂଆନୂଆ ଯୋଜନା ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବିଏମ୍‌ସି ଅଫିସରୁ ଫାଇଲ୍‌ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ EOWକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ
    Next Article ଫିଫା ବିଶ୍ବକପରେ ବେଲଜିୟମର ପରାଜୟ ପରେ ହିଂସା, ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୋଡ଼ାଜଳା
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ : ଡ୍ରାଇଭର୍ ମୃତ, ହେଲ୍‌ପର୍ ଗୁରୁତର

    May 8, 2022

    ଇସ୍ପାତ ସହରରେ ପୁଣି କଳା ପଲସର ଆତଙ୍କ, ଲୁଟିନେଲେ ୩ ଲକ୍ଷ ୬୦ ହଜାର ଟଙ୍କା

    July 12, 2022

    ସୋନୁଙ୍କୁ ଭେଟିବାକୁ ଆସିଲେ ଏହି ଜବରା ଫ୍ୟାନ୍‌, ଆନ୍ଧ୍ରପ୍ରଦେଶରୁ ମୁମ୍ବାଇ ସାଇକେଲ ଯାତ୍ରା

    July 16, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.