ମୋହନା ୨।୮: ଆଧୁନିକ ଯୁଗରେ ଉନ୍ନତ ଚିକିତ୍ସା ସତ୍ତ୍ବେ ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ । ଗାଁ ଗହଳିର ଲୋକଙ୍କ ଦେହ ଖରାପ ହେଲେ ଏବେବି ଚେଙ୍କ ଚିକିତ୍ସା ଭରସା । ଲୋକେ ଡାକ୍ତରଖlନା ଯିବା ପରିବର୍ତ୍ତେ ଡାକୁଛନ୍ତି ଦିସାରିକୁ । ଏଭଳି ଅଭାବନୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁରୁଣାପାଣି ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ରୁବାଲ ଗାଁର କିଛି ଶିଶୁ ଓ ମହିଳାଙ୍କ ଦେହ ଖରାପ ହୋଇଥିଲା । ଗାଁ ଲୋକେ ସଙ୍ଗେ ସଙ୍ଗେ ଦିସlରିକୁ ଡାକିଥିଲେ l ଦିସlରି ଗାଁ ଲୋକଙ୍କୁ ଗୋଟିଏ କୁକୁଡ଼ା, କିଛି ମଦ, ଚାଉଳ ଓ ଲୁଣ ଆଣିବାକୁ କହିଥିଲେ l ଏହାପରେ ପୂଜା ପାଠ କରି ଦେହ ଖରାପ ହୋଇଥିବା ଶିଶୁଙ୍କୁ ଚେଙ୍କ ଦେଇଥିଲେ l ଏଭଳି ଘଟଣା ସେହି ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।