ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା ଦ୍ବାଦଶ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ତେଲେଙ୍ଗାନାକୁ ୧୪-୦ରେ ହରାଇଥିବା ଓଡ଼ିଶା ମଙ୍ଗଳବାର କେରଳକୁ ୧୧-୦ ଗୋଲ୍ରେ ପରାସ୍ତ କରିଛି। ଫଳରେ ଓଡ଼ିଶା ୨ରୁ ୨ ମ୍ୟାଚ୍ ଜିତି ୬ ପଏଣ୍ଟ୍ ସହ ଗ୍ରୁପ୍-ଏଚ୍ ଟେବୁଲର ଶୀର୍ଷ ସ୍ଥାନକୁ ଦୃଢ଼ କରିଛି। ଓଡ଼ିଶା ଶୁକ୍ରବାର ଶେଷ ଲିଗ୍ ମ୍ୟାଚ୍ରେ ହିମାଚଳକୁ ଭେଟିବ। ମଙ୍ଗଳବାର ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ପୁନମ ବାର୍ଲା (୧୦, ୩୪ ମିନିଟ୍), ରୋଜିତା କୁଜୁର (୨୦, ୫୩ ମିନିଟ୍), ଦୀପ୍ତି ଲାକ୍ରା (୨୧, ୪୨ ମିନିଟ୍) ଓ ଜାହ୍ନବୀ ପ୍ରଧାନ (୫୨, ୫୬) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ନେହା ଲାକ୍ରା (୩୬ ମିନିଟ୍), ସୁନିତା ଲାକ୍ରା (୪୦ ମିନିଟ୍) ଓ ବିମଳା ବରୱା (୫୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ମଙ୍ଗଳବାର ଖେଳାଯାଇଥିବା ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ହିମାଚଳ ୮-୦ ଗୋଲ୍ରେ ତେଲେଙ୍ଗାନାକୁ ପରାସ୍ତ କରିଥିଲା।
Trending
- ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
- ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍
- କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
- ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
- ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
- ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
- ୧୧ଟି ଜେଲ୍ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
- ୨୦% ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
Tuesday, February 7