Subscribe to Updates

    Get the latest creative news from FooBar about art, design and business.

    What's Hot

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023
    Facebook Twitter Instagram
    Trending
    • ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
    • ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌
    • କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
    • ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
    • ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
    • ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
    • ୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
    • ୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
    Tuesday, February 7
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଖେଳ»ଥୋମାସ ଆଣ୍ଡ ଉବେର କପ୍ : ବିଜୟ ସହ ଅଭିଯାନ ଆରମ୍ଭ କଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍
    ଖେଳ

    ଥୋମାସ ଆଣ୍ଡ ଉବେର କପ୍ : ବିଜୟ ସହ ଅଭିଯାନ ଆରମ୍ଭ କଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍

    NewsLaxmi7By NewsLaxmi7May 9, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ, ୦୯/୦୫: ଥାଇଲାଣ୍ଡର ବ୍ୟାଙ୍କ୍‌କ ଠାରେ ଆରମ୍ଭ ହୋଇଥିବା ଥୋମାସ ଆଣ୍ଡ୍‌ ଉବେର କପ୍‌ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତୀୟ ପୁରୁଷ ଓ ମହିଳା ଦଳ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଭାରତୀୟ ପୁରୁଷ ଦଳ ୫-୦ରେ ଜର୍ମାନୀକୁ ପରାସ୍ତ କରିଥିବାବେଳେ ମହିଳା ଦଳ ୪-୧ରେ କାନାଡ଼ାକୁ ପରାଜିତ କରିଥିଲା । ଥୋମାସ କପ୍‌ (ପୁରୁଷ)ରେ ଅନୁଷ୍ଠିତ ଗ୍ରୁପ୍‌-ସି’ ମ୍ୟାଚ୍‌ରେ ଭାରତ କ୍ଲିନ୍‌ସୁଇପ୍‌ ବିଜୟ ହାସଲ କରିଥିଲା ।

    ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ୟ ସେନ୍‌ ପ୍ରଥମେ କୋର୍ଟକୁ ଓହ୍ଲାଇଥିଲେ । ସେ ୨୧-୧୬, ୨୧-୧୩ରେ ମ୍ୟାକ୍ସ ୱିସ୍କିରଚେନ୍‌ଙ୍କୁ ପରାସ୍ତ କରିଥିଲେ । ଏହାପରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ୨୧-୧୫, ୧୦-୨୧, ୨୧- ୧୩ରେ ଜୋନ୍ସ ରାଲ୍‌ଫି ଜାନସେନ ଓ ମାର୍ଭିନ ସିଡେଲ୍‌ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଅଭିଜ୍ଞ ସିଙ୍ଗଲ୍ସ ଖେଳାଳି କେ ଶ୍ରୀକାନ୍ତ ୧୮- ୨୧, ୨୧-୯, ୨୧-୧୧ରେ କାଇ ଶ୍ଚାଫରଙ୍କୁ ହରାଇବା ପରେ ଭାରତର ବିଜୟ ନିଶ୍ଚିତ ହୋଇ ଯାଇଥିଲା ।

    ସେହିପରି ଅନ୍ୟ ଡବଲ୍ସ ମ୍ୟାଚ୍‌ରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ଯୋଡ଼ି ୨୫-୨୩, ୨୧-୧୫ରେ ବିଜାର୍ନ ଜିସ୍‌ ଓ ଜାନ୍‌ କଲିନ୍‌ ଭୋଏଲକର ଯୋଡ଼ିଙ୍କୁ ପରାସ୍ତ କରିଥିବାବେଳେ ଏଚ୍‌ଏସ୍‌ ପ୍ରଣୟ ୨୧-୯, ୨୧-୯ରେ ମାଥିୟାସ୍‌ କିକ୍‌ଲିଜ୍‌ଙ୍କୁ ହରାଇବା ଫଳରେ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଥିଲା ।

    ଉବେର କପ୍‌ (ମହିଳା)ର କାନାଡ଼ା ବିପକ୍ଷ ଗ୍ରୁପ ଡି’ ମ୍ୟାଚ୍‌ରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ମ୍ୟାଚ୍‌ରେ ୨୧-୧୭, ୨୧-୧୦ରେ ମିଚେଲି ଲି’ଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ । ଡବଲ୍ସରେ ଶ୍ରୁତି ମିଶ୍ର ଓ ସିମରନ ସିଂହ ଯୋଡ଼ିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ଭାରତୀୟ ଯୋଡ଼ି ୧୯-୨୧, ୧୨-୨୧ରେ ରାଚେଲ ଓ କିର୍ଷ୍ଟେନ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ପରବର୍ତ୍ତୀ ସିଙ୍ଗଲ୍ସ ଆକର୍ଷି କଶ୍ୟପ ୧୭-୨୧, ୨୧-୧୮, ୨୧-୧୭ରେ ୱେନ୍‌ ୟୁ ଝାଙ୍ଗ୍‌ଙ୍କୁ ହରାଇ ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଡବଲ୍ସ ମୁକାବିଲାରେ ତନିଶା ଓ ତ୍ରିଶା ଜୋଲି ଯୋଡ଼ି ୨୧-୯, ୨୧-୧୫ରେ କ୍ୟାଥେରିନ୍‌ ଓ ଜୋସେଫିନ୍‌ ଯୋଡ଼ିଙ୍କୁ ପରାସ୍ତ କରି ଦଳକୁ ବିଜୟୀ କରାଇଥିଲେ । ଅନ୍ତିମ ସିଙ୍ଗଲ୍ସରେ ଅସ୍ମିତା ଚଲିହା ୧୨-୨୧, ୨୧-୧୧, ୨୨-୨୦ରେ ରାଚେଲ ଚାନଙ୍କୁ ପରାସ୍ତ କରିଥିଲେ।

    argus barungandhi breaking news interview kanak news kholakatha latest news latest orissa news latest update news fues news in odia news today news7 odia news odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics rahulgandhi soniagandhi speech today news
    Share. Facebook Twitter LinkedIn WhatsApp Email
    Previous Articleଦୁନିଆ ଧ୍ୱଂସ ହୋଇଯିବନି…’ : ପ୍ଲେ-ଅଫ୍ ପ୍ରଶ୍ନକୁ ନେଇ ଏମିତି କହିଲେ ଧୋନୀ
    Next Article ନ୍ୟାୟ ତ ମିଳିଲାନି, ଏବେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ…
    NewsLaxmi7
    • Website

    Related Posts

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    • Facebook
    • Twitter
    • Instagram
    • YouTube
    Our Picks

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023
    Don't Miss
    ରାଜ୍ୟ

    ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

    February 7, 2023

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ…

    ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

    February 7, 2023

    କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

    February 7, 2023

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Your source for the lifestyle news. This demo is crafted specifically to exhibit the use of the theme as a lifestyle site. Visit our main page for more demos.

    We're accepting new partnerships right now.

    Email Us: info@example.com
    Contact: +1-320-0123-451

    Our Picks

    ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲା ପୁରୁଷବନ୍ଧୁ

    June 3, 2022

    ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କଲେ

    January 16, 2021

    ଶୁକଶାରି ମନ୍ଦିର ନିକଟରେ ଖନନ: ଜଗମୋହନରୁ ଠାବ ହେଲା ପ୍ରାଚୀନ କଳାକୃତି

    February 20, 2022
    Quick Links
    • Home
    • About Us
    • Advertise With Us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About Us
    • Advertise With Us
    • Contact Us

    Type above and press Enter to search. Press Esc to cancel.