ଭଦ୍ରକ ୦୫/୧୧ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ମା’ । ପ୍ରତ୍ୟେକ ଦିନ ମା ଭଦ୍ରକାଳୀ ସାଧାରଣ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷକରେ ଥରେ ମାଆ ଉଗ୍ର ରୂପ ଧାରଣ କରନ୍ତି । ଶତୃଙ୍କୁ ସଂହାର କରିବା ପାଇଁ ମା ଭଦ୍ରକାଳୀ ଏହି ବେଶ ଧାରଣ କରନ୍ତି । ପହଡ଼ ଖୋଲିଵା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଏହି ବେଶରେ ମା ଗଳାରେ ନରମୁଣ୍ଡ ମାଳ, ହାତରେ ଖଡ୍ଗ ଧାରଣ କରନ୍ତି । ଏହି ରୂପରେ ମାଙ୍କୁ ଦର୍ଶନ କଲେ ମାନସିକ ପୂରଣ ହେବା ସହ ଗ୍ରହରିଷ୍ଠ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ପାଇଁ ଏଥର ଶ୍ରଦ୍ଧାଳୁମାନେ ମାଙ୍କୁ ଦୂରରୁ ରହି ଦର୍ଶନ କରି ଫେରୁଛନ୍ତି ।
Trending
- ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
- ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍
- କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
- ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
- ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
- ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
- ୧୧ଟି ଜେଲ୍ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
- ୨୦% ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
Tuesday, February 7