ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ପରାସ୍ତ କରିବା ସହିତ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ୧୮୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପ୍ନର ଚମକ୍ରାର ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟରେ ଉଭୟ ଖେଳାଳି ୧୨୦ ରନ୍ ଯୋଡିଥିଲେ । ୪୯ ରନ୍ କରି କେ ଏଲ୍ ରାହୁଲ ଚେତନ ସାକାରିୟାଙ୍କ ବଲରେ ଆଉଟ ହୋଇଥିଲେ । ତେବେ ମୟଙ୍କ ଅଗ୍ରୱାଲ ଚମକ୍ରାର ବ୍ୟାଟିଂ କରି ୬୭ ରନ କରିଥିଲେ । ମାତ୍ର ୬ ରନ ମଧ୍ୟରେ ଦୁଇ ଓପ୍ନରଙ୍କ ୱିକେଟ ପତନ ଘଟିଥିବା ବେଳେ ସାମାନ୍ୟ ସଙ୍କଟରେ ପଡିଥିଲା କିଙ୍ଗସ । ତେବେ ନିକୋଲାସ ପୁରନ୍ ଏବଂ ଏଡେନ୍ ମାର୍କରାମଙ୍କ ମଧ୍ୟରେ ଅର୍ଦ୍ଧଶତକିୟ ଭାଗିଦାରୀ ଦଳକୁ ବିଜୟର ନିକଟବର୍ତୀ କରାଇଥିଲା।ଶେଷ ଓଭରରେ ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ତ୍ୟାଗୀ ମାତ୍ର ଏକ ରନ ଦେଇ ୨ଟି ୱିକେଟ ନେଇଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଏଭିନ ଲୁଇସ(୩୬) ଏବଂ ଯଶସ୍ୱୀ ଜୟସ୍ୱାଲ(୪୯)ଙ୍କ ମଧ୍ୟରେ ୫୪ ରନର ଭାଗିଦାରୀ ହୋଇଥିଲା । ଅଧିନାୟକ ସଞ୍ଜୁ ସାମସନ(୪) ବିଫଳ ହୋଇଥିଲେ ହେଁ ଲିଆମ ଲିଭିଙ୍ଗଷ୍ଟୋନ(୨୫) ଦଳୀୟ ସ୍କୋର ୧୧୬ରେ ପହଞ୍ଚାଇଥିଲେ । ଏହାପରେ ଦୁବାଇରେ ମହୀପାଲଙ୍କ ଦବଦବା ଦେଖିବାକୁ ମିଳିଥିଲା । ମାତ୍ର ୧୭ଟି ବଲ ଖେଳି ୨ଟି ଚୌକା ଓ ୪ ଛକ୍କା ସହିତ ସେ ୪୩ ରନ ସଂଗ୍ରହ କରିଥିଲେ । ତେବେ ମହୀପାଲଙ୍କ ୱିକେଟ ପତନ ପରେ ରାଜସ୍ଥାନ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରିୟାନ ପରାଗ(୪), ରାହୁଲ ତେୱାତିୟା(୨) ଏବଂ କ୍ରିସ ମୋରିସ(୫) ବିଫଳ ହେବାରୁ ରାଜସ୍ଥାନ ମାତ୍ର ୧୮୫ ରନେରେ ସୀମିତ ରହିଥିଲା । ଅର୍ଶଦୀପ ସିଂ ୩୨ ରନରେ ୫ ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ ନେଇଥିଲେ । ହରପ୍ରୀତ ବ୍ରାର ଏବଂ ଇଶାନ ପୋରେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Trending
- ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି
- ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍
- କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ
- ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା
- ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ
- ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା
- ୧୧ଟି ଜେଲ୍ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା
- ୨୦% ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି
Tuesday, February 7