କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୂ ଗ୍ରାମପଞ୍ଚାୟତ ଅଧୀନରେ ଦୁର୍ଗମ ଅଂଚଳରେ ଥୀବା ଗାଁ କୁଶପାଜୁ ଏହି ଗ୍ରାମରେ ପ୍ରାୟ 500 ଲୋକ ବାସ କରନ୍ତି। ଏହି ଗାଁ କୁ ଆମ ଜିଲାର ପ୍ରତିନିଧି ଯାଇ ଥିଲେ। ସୂଚନା ଅନୁସାରେ ଏହି ଗ୍ରାମରେ ଗୋଟିଏ ପ୍ରାଇମେରୀ ସ୍କୁଲ ରହିଛି। ଏବଂ ଏହି ଗାଁରେ ଆଦିବାସୀ ମାନଙ୍କ ଦୁର୍ଦଶା ଯେଉଁ ପରି ନଦେଖିଲେ ବିଶ୍ୱାସ କରି ହବନି।
ସ୍ୱାଧୀନତା ର ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ଲୋକମାନେ ଏବେ ମଧ୍ୟ ମଣିଷର ମୌଳିକ ସୁଭିଧା ରୁ ବଞ୍ଚିତ ତାହା ହେଉଛି ରାସ୍ତା ଶିକ୍ଷା ପାଣି ଘର ଇତ୍ୟାଦି ଇତ୍ୟାଦି ସ୍କୁଲ ର ସମସ୍ୟା କହିଲେ ସରିବନି ପ୍ରଥମ ରୁ ପଞ୍ଚମ 25 ଛାତ୍ର ଛାତ୍ରୀ ଦି ଜଣ ଶିକ୍ଷକ କିନ୍ତୁ ଦୁର୍ଭାଗ୍ୟ ର କଥା ଗୋଟିଏ କ୍ଲାସ ରୁମ ଯେଉଁ ଥିରେ ସମସ୍ତଙ୍କୁ ଏକାଠି ବାସନ୍ତୀ। ଆପଣମାନେ ଜାଣୁ ଥିବେ ପାଠ ଯାହା ପିଲା ପଢୁ ଥିବେ। ସ୍କୁଲରେ ପାଣି ଆଦ୍ୱନାହିଁ ଯାହା ଫଳରେ ପିଲାମାନେ ହାତ ଧୋଇବାକୁ ଅଧା କିଲୋମିଟର ଯିବାକୁ ପଡେ। ସବୁଠୁ ବଡ କଥା ସେଇ ସ୍କୁଲକୁ ଯିବାକୁ ରାସ୍ତା ଟିଏ ନାହିଁ ଯୋଉଟା ଅଛି ତାହା ମରଣ ଯନ୍ତା ଖାଲି ବଡ଼ବଡ଼ ପଥର ପରିପୂର୍ଣ୍ଣ। ସ୍ଥାନୀୟ ସରପଞ୍ଚ ବାବୁଙ୍କୁ ଆଉ ବିଧାୟକ ମହୋଦୟ ଙ୍କୁ ଗୁହାରି କରିକରି ଗାଁ ଲୋକ ଆଉ ଶିକ୍ଷକ ମାନେ ହାଲିଆ ହୋଇ ଗଲେଣି କିନ୍ତୁ ସେ କହୁ ଛନ୍ତି ହେଇଯିବ। ଆଜିକୁ ବର୍ଷ ବର୍ଷ ହେଇଗଲା କିନ୍ତୁ କାର୍ଯ୍ୟ ହୋଇନି କିନ୍ତୁ ପ୍ରତିଶୃତି ଉପରେ ପ୍ରତିଶୃତି। ସରକାର ଶିକ୍ଷା ବିଭାଗ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁ ଛନ୍ତି କିନ୍ତୁ ତାହା ଏହି ଗରିବ କୋମଳମତି ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ପହଂଚୁନି। ଅଧା ରାସ୍ତା ରେ ବାଟ ବଣା ହୋଇଯାଉଛି। ଏହାର ଦାଈ କେବଳ ସ୍ଥାନୀୟ ସରପଞ୍ଚ କାହିଁକି ନା ସେ ନିଜେ କହି ଥିଲେ ଗାଁ ସ୍କୁଲ ପାଇଁ କିଛି ବଜେଟ ରଖିଛିବୋଲି କିନ୍ତୁ ତାହା କୋଉଠି ଅଛି ତାହା ବର୍ଷ ବିତି ଗଲାଣି। ଏମିତି କାର୍ଯ୍ୟପାଇଁ ବିଭିନ୍ନ ମହଲରେ ନିନ୍ଦା କରିବାସହ ଦୁଃଖ ପ୍ରକାଶ କରି ବାକୁ ଦେଖିବାକୁ ମିଳିଛି ଆଉ ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି ଯେ ନିଜେ ଯାଇ ପରିଦର୍ଶନ କରି ଏଭଳି ବଡ ସମସ୍ୟା ଟିକୁ ସମାଧାନ ର ବାଟ କାଢ଼ିବା ପାଇଁ। ଯଦି ତାହା ନହୁଏ ଆଗାମୀ ଦିନରେ ଗ୍ରାମ ବାସି ବାଧ୍ୟ ହୋଇ ଗଣ ଆନ୍ଦୋଳନ କରିବାସହ ରାଜ ରାସ୍ତା କୁ ସମସ୍ତେ ଓଲେଇବେ…. କନ୍ଧମାଳ ରୁ ରାଜକିଶୋର ବେହେରା ଙ୍କ ରିପୋର୍ଟ..